କର୍ଲାମୁଣ୍ଡା ଓ କୁଶୁର୍ଲା ଶିଶୁ ମନ୍ଦିର ଠାରେ ଜନ୍ମାଷ୍ଟମୀ ପାଳିତ

କଳାହାଣ୍ଡି,୨୩/୦୮ : ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥିଲେ । ତେଣୁ ହିନ୍ଦୁ ଧର୍ମ ଅନୁସାରେ ଏହି ପବିତ୍ର ଦିନକୁ ଜନ୍ମାଷ୍ଟମୀ ଭାବେ ସାରା ଦେଶ ପାଳନ କରୁଥିବା ବେଳେ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କର୍ଲାମୁଣ୍ଡା ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯାଇଛି । ପ୍ରଥମେ ବିଦ୍ୟାଳୟ ରେ ଥିବା ବନ୍ଦନା ମଣ୍ଡପରେ ଶ୍ରୀ କୃଷ୍ଣଙ୍କ ଫଟୋ ଚିତ୍ରରେ ପୂଜାର୍ଚ୍ଚନା କରାଯାଇଥିଲା ।

ପରେ ଛାତ୍ର ଛାତ୍ରୀ ମାନେ ରାଧା କୃଷ୍ଣ ବେଶରେ ସାଜ୍ଜିତ ହୋଇ ନଗର ଭ୍ରମଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ସାନ୍ତନୁ କୁମାର ମିଶ୍ର, ସଭାପତି – ସୁଦର୍ଶନ ସାହୁ, ସମ୍ପାଦକ – ଗୁରୁବାରୁ ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ଗୁରୁମା ଓ ଗୁରୁଜୀଙ୍କ ମଧ୍ୟରୁ ତୁମ୍ବେଶ୍ୱର ସାହୁ, ଯୁଗଳ ସାହୁ,ନକୋଦଣ୍ଡ ସାହୁ,ମଜଗଦୀଶ ଭୋଇ,

 

ଟୁନୁ ନନ୍ଦ, ଶେଷଦେବ ରଣା, ଶ୍ୟାମଘନ ସାହୁ, ଅର୍ଜୁନ ବାଗ୍, ଜୟରାମ ଦାସ, ଲକ୍ଷ୍ମୀ କାନ୍ତ ଜ୍ୟୋତିଷ, ସ୍ୱର୍ଣଳତା ନାୟକ, ଭାରତୀ ଦେବତା, ରଞ୍ଜିତା କୁମାର, ମାଧୁରୀ ଭୋଏ,ନସୁଜିତ୍ ଭୋଇ, ସୁମନ୍ତ ସାହୁ, କୁଷ ପୁଟେଲ୍, ଯଶପାଲ ସାହୁ, ଚନ୍ଦ୍ର ଶେଖର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର କୁଶୁର୍ଲାର ସଭାପତି ଅଧ୍ୟାପକ ଡ. ଅଜିତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ସମାଜସେବୀ ସଂଯୁକ୍ତା ବେହେରା, ପିଙ୍କି ବେହେରା, ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାତ୍ର କୃଷ୍ଣଙ୍କ ମହିମା ଓ ମୁଖ୍ୟବକ୍ତା ବନବାସୀ କଲ୍ୟାଣ ଆଶ୍ରମର ସମ୍ପାଦକ ମାଧବ ଭୋଇ ଶ୍ରୀକୃଷ୍ଣଙ୍କ ଜନ୍ମ ସମ୍ବନ୍ଧରେ ବିଶଦ ଭାବେ ଆଲୋକପାତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ କୈଳାସ ପଧାନ ଅତିଥି ପରିଚୟ ଦେଇଥିବା ବେଳେ ଚୁଡାମଣି ସାହୁ ଧନ୍ୟବାଦ ଦେଇଥିଲେ । ଏଥିରେ ମନୋଜ କୁମାର ସାହୁ, ଗୀତାଞ୍ଜଳି ସାହୁ, ରଜନୀ କାନ୍ତ ଭୋଇ, ଗୈାରୀରାଣୀ ପଟ୍ଟନାୟକ, ଜ୍ୟୋସ୍ନା ରାଣୀ ମାଝୀ, ସୁଧର୍ମି ସାହୁ ଆଦି ଆଚାର୍ଯ୍ୟ ଆଚାର୍ଯ୍ୟା ସହଯୋଗ କରିଥିଲେ। ଏହି ଅବସରରେ କୁନିକୁନି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା କୃଷ୍ଣ ରାଧା ବେଶରେ ନୃତ୍ୟ ପରିବେଷିତ ହୋଇଥିଲା।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବିନ କିଶୋର ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.