ଜେକେପୁର ଶ୍ରୀଗୁରୁଜି ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ରାୟଗଡ,୨୩/୮ : ଜେକେପୁରର ଶ୍ରୀଗୁରୁଜି ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ସ୍ଥାନୀୟ ବିଦ୍ୟାଳୟର ପୂର୍ବତନ ସଭାପତି ରାଧାଶ୍ୟାମ ପଲାଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିବା ବେଳେ ଗୋପାଳବାଡି ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରସନ୍ନ କୁମାର ରଥ, ବିଦ୍ୱିତ ପରିଷଦର ସଂପାଦକ ଦେବେନ୍ଦ୍ର କୁମାର ଦୋରା, ଗୋପବନ୍ଧୁ ଦ୍ୱିଭାଷୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଇଂରାଜୀ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ଓ ସୁଶୀଲ କୁମାର ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ ।

ପରିଚାଳନା କମିଟିର ସଭାପତି କୃଷ୍ଣଚନ୍ଦ୍ର ସୁମନ୍ତ, ଯୁଗ୍ମ ସଂପାଦକ ଅରୁଣ କୁମାର ମହାପାତ୍ର, ସଂପାଦକ ଭବାନୀଶଙ୍କର ଦାଶ,ସଦସ୍ୟା ଶ୍ରୀମତି ଚାରୁଲତା ବେହେରା ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସତ୍ୟନାରାୟଣ ସେଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବିଦ୍ୟାଳୟର ଶିଶୁମାନେ ସ୍ୱାଗତ ସଂଙ୍ଗୀତ ପରିବେଷଣ କରିଥିଲେ । ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଜନ୍ମାଷ୍ଟମୀ ବିଷୟରେ ଶିଶୁଙ୍କୁ ମାର୍ଗଦର୍ଶନ କରିଥିଲେ ।

ଶିଶୁ ପ୍ରାରମ୍ଭ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୭୫ଜଣ ରାଧାକୃଷ୍ଣ ବେଶରେ ଆସିଥିବା ବେଳେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫ଜଣ ଶିଶୁ ଭାଇଭଉଣୀମାନଙ୍କ ମଧ୍ୟରେ ଅଷ୍ଟାଦଶ ଶ୍ଳୋକୀଗୀତା ଏବଂ ଭକ୍ତି ଯୋଗ ଦ୍ୱାଦଶ ଅଧ୍ୟାୟ ପ୍ରତିଯୋଗିତା ହୋଇଥିଲା । କୃତିତ୍ୱ ପାଇଥିବା ଶିଶୁଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ସମସ୍ତ ବେଶଧାରୀ ଶିଶୁ ଦହି ହାଣ୍ଡି ଭାଙ୍ଗିବା କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।

ପୁଷ୍ପଲତା ଗୁରୁମା ବନ୍ଦନା ଓ ସଂଚାଳନ କରିଥିଲେ । ଯୁଗ୍ମ ସଂପାଦକ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଗୁରୁଜୀଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ସେହିପରି ଜେକେପୁର ମୁଖ୍ୟ ବଜାର ନିକଟବର୍ତୀ ଟ୍ରାଫିକ୍ ଛକ ନିକଟରେ ଇନ୍ଦୁଞାନ ବେଦିକା,ବପ୍ରବୋଧା ସେବା ସମିତି, ମଲ୍ଳିଗାମ୍ ଶାଖା ରାୟଗଡ ଜିଲ୍ଳା ତରଫରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳନ ହୋଇଯାଇଛି । ଏହି ପାଳନ ଉତ୍ସବକୁ ଏସ.ଭେଙ୍କଟ ରାଓ, ଏ.ସୀମାଚଳମ୍,ଜି.ରାମୁଲୁ, ଏସ.ରାଜଲକ୍ଷ୍ମୀ, ଡି.ଗୈାରୀ, ଡି.ପ୍ରସାଦ,ଲଇ.ଅଶୋକ କୁମାର ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

 

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.