ଥୁଟିବର କଲୋନୀ ଆଶ୍ରମ ବିଦ୍ୟାଳୟର ନୂତନ କ୍ୟାବିନେଟ୍ ଗଠିତ

ରାୟଗଡ,୨୪/୮ : ରାୟଗଡ ଜିଲ୍ଳା କାଶିପୁର ବ୍ଳକ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଥୁଟିବର କଲୋନୀ ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ କ୍ୟାବିନେଟ୍ ଗଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୭୧ଜଣ ଛାତ୍ରଛାତ୍ରୀ ଭୋଟଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ ।

ବିଦ୍ୟାଳୟରେ ପ୍ରଥମ ଥର ପାଇଁ ଭୋଟଦାନ ମାଧ୍ୟମରେ ବିଦ୍ୟାଳୟ କ୍ୟାବିନେଟ୍ ନିର୍ବାଚନ କରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ନିର୍ବାଚନରେ ବିଭିନ୍ନ ବିଭାଗର ମନ୍ତ୍ରୀ ପଦ ପାଇଁ ୨୧ଜଣ ଛାତ୍ରୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିଥିଲେ । ମୁଖ୍ୟମନ୍ତ୍ରୀ ଭାବେ ଅଷ୍ଟମ ଶ୍ରେଣୀର ଛାତ୍ରୀ ରଶ୍ମିତା ନାୟକ, ଉପ-ମୁଖ୍ୟମନ୍ତ୍ରୀ ଭାବେ ସୁଶଶନ୍ତି ମାଝି, ଖାଦ୍ୟମନ୍ତ୍ରୀ ରିକି ମାଝି, ଉପ-ଖାଦ୍ୟମନ୍ତ୍ରୀ ରିନା ମାଝି,ଲଶିକ୍ଷାମନ୍ତ୍ରୀ ଜଲିତା ମାଝି, ଉପ-ଶିକ୍ଷା ମନ୍ତ୍ରୀ ସଂଯୁକ୍ତା ମାଝି, କ୍ରୀଡା ମନ୍ତ୍ରୀ ସଙ୍ଗିତା ମାଝି, ଉପ-କ୍ରୀଡା ମନ୍ତ୍ରୀ ସୁଶାନ୍ତି ନାୟକ, ଶିଶୁ ସାମ୍ବାଦିକ ମନ୍ତ୍ରୀ ଅଲିତା ମାଜି, ଉପ-ଶିଶୁ ସାମ୍ବାଦିକ ମନ୍ତ୍ରୀ ଜ୍ୟୋତି ନାୟକ,ସପରିବେଶ ମନ୍ତ୍ରୀ ଦୈାପଦୀ ନାୟକ, ଉପ-ପରିବେଶ ମନ୍ତ୍ରୀ ରଜନ୍ତି ମାଝି, ସ୍ୱାସ୍ଥ୍ୟ ଓ ପରିମଳ ବିଭାଗ ମନ୍ତ୍ରୀ ସାଦାଇ ମାଝି, ଉପ-ସ୍ୱାସ୍ଥ୍ୟ ଓ ପରିମଳ ମନ୍ତ୍ରୀ ବାନ୍ଧବୀ ନାୟକ ପ୍ରମୁଖ ନିର୍ବାଚିତ ହୋଇଛନ୍ତି ।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଂଜୟ କୁମାର ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବିଦ୍ୟାଳୟର ସୁବୋଧ ତାଣ୍ଡି, ପ୍ରଶାନ୍ତ ଦାସ, ଦେବରାଜ ମାଝି, ସସ୍ମିତା ସାହୁକାର, ସୈାଦାମିନୀ ବାରିକ, ସୁହାଗିନି ଭୋଳ ପ୍ରମୁଖ ଶିକ୍ଷକଶିକ୍ଷୟତ୍ରୀମାନେ ନିର୍ବାଚନ ପରିଚାଳନାରେ ସହଯୋଗ କରିିଥିଲେ । ଆସନ୍ତା ଶନିବାର ଦିନ ନୂତନ ମନ୍ତ୍ରୀମଣ୍ଡଳଙ୍କ ଶପଥପାଠତ୍ସୋବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପ୍ରଧାନଶିକ୍ଷକ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.