ବୋଡେନ,୨୪/୮ : ନୁଆପଡା ଜିଲ୍ଲା ଯାଦବ ସମାଜ ପକ୍ଷରୁ ପବିତ୍ର ପାତାଲଗଙ୍ଗା ସ୍ଥିତ ଶ୍ରୀଶ୍ରୀ ରାଧା କୃଷ୍ଣ ମନ୍ଦିରରେ ଧୁମଧାମରେ ଜନ୍ମାଷ୍ଟମୀ ପୂଜା ପାଳନ କରାଯାଇଛି । ଉକ୍ତ ଉତ୍ସବରେ ଜିଲ୍ଲାର ପାଞ୍ଚ ଗୋଟି ବ୍ଲକର ବିଭିନ୍ନ ଯାଦବ କେନ୍ଦ୍ରରୁ ଯାଦବ ମାନେ ଉପସ୍ଥିତ ରହି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ନିତି ସଂପନ୍ନ କରିଥିଲେ ।
ଏହି ଉତ୍ସବରେ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହିତେଶ ବଗର୍ତ୍ତି, ଉତ୍କଳ ଯାଦବ ମହାସଭା ମହା ସଚିବ ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଯାଦବ ବିକାଶ ପରିଷଦ,ନୁଆପଡା ଜିଲ୍ଲା ସଭାପତି ଶ୍ରୀଯୁକ୍ତ କପିଲେନ୍ଦ୍ର ଭୋଇ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଝମ୍ପେଶ୍ବର ସଲମା, ଉପସଭାପତି ବିଶିକେଶନ ବାଗ ଓ ରତ୍ନାକର ଠେଲା ସମେତ କୋମନା ବ୍ଲକ ସଭାପତି ପୁଷ୍ପରଂଜନ ନାଗଙ୍କ ସହ କାର୍ତ୍ତିକ ବାଗ, ବଲମତ ଯାଦବ, ପରଜିତ କରୁଆଁ, ସାଗର ଠେଲା, ରମେଶ କଟା, ଲମ୍ବୁ ଗହିର ହେମସାଗର ନାଗ, ଲକ୍ଷ୍ମି ଛତ୍ରିଆ, ତୋଫାନ ନିଆଲ ପ୍ରମୂଖ ପସ୍ଥିତ ଥିଲେ । କାର୍ଯ୍ଯକ୍ରମକୁ ସୁଚାରୁପେ ତୁଲାଇବାରେ ବୋଡେନ ବ୍ଲକ ସଭାପତି ସୁରେଶ ବାଗ ଙ୍କସହ ଲୋକନାଥ ଛତ୍ରିଆ, ପ୍ରସନ୍ନ ନିଆଲ, ରିଖିରାମ କାଣ୍ତ, ହରି ନାଗ ପ୍ରମୂଖଙ୍କ ଗୁରୁ ଦାଇତ୍ବ ରହିଥିଲା ।
ବୋଡେନ ବ୍ଲକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
ଜାଣନ୍ତୁ, ଯାଦବ ସଂସ୍କୃତି ସହ ଭଗବାନ ଶ୍ରୀକୃଷ୍ଣଙ୍କ ସମନ୍ଧ
ସନାତନ ସଂସ୍କୃତିରେ ଶ୍ରୀକୃଷ୍ଣ ସବୁଠାରୁ ଜନପ୍ରିୟ ଦେବତା । ପୌରାଣିକ କଥାବସ୍ତୁ ଅନୁସାରେ ଦ୍ବପର ଯୁଗରେ ଭଗବାନ ଶ୍ରୀକୃଷ୍ଣ କଂଶ ବନ୍ଦିଶାଳରେ ବସୁଦେବ ଓ ଦେବକିଙ୍କ ଅଷ୍ଟମ ଗର୍ଭର ସନ୍ତାନ ଭାବରେ ଧରାବତରଣ କରିଥିଲେ । ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥି ରୋହିଣୀ ଓ ବୃଷ ରାଶିର ସଂଯୋଗ ସମୟରେ ରାତ୍ରର ଅର୍ଦ୍ଧ ଭାଗରେ ସେ ଜନ୍ମ ହୋଇଥିଲେ । ଭବବାନ ଶ୍ରୀକୃଷ୍ଣ ପରମ ପବିତ୍ର ଯଦୁ ବଂଶରେ ଜନ୍ମ ଗ୍ରହଣ କରିଥିବା ହେତୁ ଦୋଳ ପର୍ବ ପରି ଜନ୍ମାଷ୍ଟମୀ ମଧ୍ୟ ଯାଦବ ସଂପ୍ରଦାୟର ମହାନ ପର୍ବ ଭାବେ ପରିଗଣିତ ହୋଇ ଆସୁଛି । ବିଭିନ୍ନ ଶାସ୍ତ ପୁରାଣ ଅନୁସାରେ ଶ୍ରୀକୃଷ୍ଣ ଜନ୍ମର ପରଦିନ ମହାରାଜ ନନ୍ଦ ଯେଉଁ ଉତ୍ସବର ଆୟୋଜନ କରିଥିଲେ ତାହା ନନ୍ଦୋତ୍ସବ ନାମରେ ଖ୍ୟାତ ହେଲା । ଏହା ପରେ ଶ୍ରୀକୃଷ୍ଣଙ୍କ ପ୍ରଥମ ଜନ୍ମ ବାର୍ଷିକି ଠାରୁ ଜନ୍ମାଷ୍ଟମୀ ପାଳିତ ହୋଇ ହଜାର ହଜାର ବର୍ଷ ପରେ ମଧ୍ୟ ଯାଦବ ସଂପ୍ରଦାୟ ଓ ଅନ୍ୟାନ୍ୟ ଜାତି ଦ୍ବାରା ଆଦୃତ ହୋଇ ଆସୁଛି ।
ଭଗବାନ ଶ୍ରୀକୃଷ୍ଣ ସ୍ବୟଂ ସଂପୂର୍ଣ୍ଣ । ତେବେ ସଂସାରର ଲୋକମାନେ କିପରି ସଦ ମାର୍ଗରେ ପରିଚାଳିତ ହେବେ ସେଥିପାଇଁ ପଥ ପ୍ରଦର୍ଶନ କରିଛନ୍ତି ଯୋଗେଶ୍ବର ଶ୍ରୀକୃଷ୍ଣ । ଅଧର୍ମର ବିନାସ ଓ ଧର୍ମର ସଂସ୍ଥାପନ ପାଇଁ ସେ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ତାଙ୍କୁ ବିଶ୍ବର ଶ୍ରେଷ୍ଠ ରାଜନୈତିଜ୍ଞ ବୋଲି କୁହାଯାଏ । ଆମେ ଯଦି ପୁରାଣ ଓ ଇତିହାସର ପୃଷ୍ଟା ଅବଲୋକନ କରିବା ତେବେ ହଜାର ହଜାର ବର୍ଷଧରି ଯାଦବ ମାନଙ୍କ ବିରତ୍ବର ଗାଥା ଜାଣି ପାରିବା । ଯାଦବ ମାନେ ସେହି ସମୟରେ ସାଠିଏ ଟି ଦେଶ (ବର୍ଷ/ରାଜ୍ୟ)ରେ ଶାସନ କରୁଥିଲେ । ଭିନ୍ନ ଭିନ୍ନ ଦେଶରେ ସାଶନ କରୁଥିଲେ । ଏମାନେ ସାଠିଏ ଗୋଟି ଦେଶରେ ସାଶନ କରୁଥିବାରୁ ଏମାନଙ୍କୁ ସାଠିଏ ବର୍ଷିଆ ଯାଦବ ବୋଲି କୁହାଯାଉଥିଲା । ଏହି ସାଠିଏ ବର୍ଷିଆ ମାନେ ମେଣ୍ଟ ହୋଇ ରହୁଥିଲେ ଓ ଏମାନଙ୍କ ସହ ଅନ୍ୟ କ୍ଷତ୍ରୀୟ କୁଳ ବାଦ କରିବାକୁ ଭୟ କରୁଥିଲେ ।
ଚନ୍ଦ୍ର ବଂଶରୁ ଯଦୁ ବଂଶର ଉଦ୍ଭବ ହୋଇ କାଳକ୍ରମେ ତାହା ଅନ୍ଧକ, ସାସ୍ବତ, ଭୋଜ, ବୃଷ୍ଣି, କୁକ୍କୁର ଆଦି ବିଭିନ୍ନ ଉପ ବଂଶରେ ବିଭକ୍ତ ହେଲା । ଭଗବାନ ଶ୍ରୀକୃଷ୍ଣ ବୃଷ୍ଣି ଉପ ବଂଶରେ ଜନ୍ମ ଗ୍ରହଣ କରିଥିଲେ । ତେବେ ସମସ୍ତ ଉପବଂଶିୟ ଯାଦବ ମାନଙ୍କୁ ଯଦୁ ବଂଶି ବୋଲି କୁହାଯାଉଥିଲା । କୃଷ୍ଣଙ୍କ ମାମୁଁ ମହାରାଜ କଂସ ଭୋଜ ବଂଶରେ ଉତ୍ପନ୍ନ ହୋଇଥିଲେ କିନ୍ତୁ ଆସୁରିକ ପ୍ରବୃତ୍ତି ପାଇଁ ସେ ତ୍ରିଭୂବନରେ ଆତଙ୍କ ରଚିଥିଲେ । କଂସଙ୍କ ଅତ୍ୟାଚାରରେ ଅତିଷ୍ଟ ହୋଇ ଦେବତାମାନେ ବିଷ୍ଣୁଙ୍କ ସରଣାପନ୍ନ ହେଲେ ଭଗବାନ ବିଷ୍ଣୁ ଶ୍ରୀକୃଷ୍ଣ ଅବତାରରେ ଯଦୁ ବଂଶରେ ଜନ୍ମ ଗ୍ରହଣ କଲେ । ଏହା ପୂର୍ବରୁ ଦେବତାମାନେ ଗୋପ ଓ ମଥୁରାର ଯାଦବ କୁଳରେ ଜନ୍ମ ହୋଇ ଶ୍ରୀକୃଷ୍ଣଙ୍କ ଜନ୍ମକ୍ଷଣକୁ ଚାହିଁ ରହିଲେ । ଗୋପି ଗୋପାଳଙ୍କ ପ୍ରତିକ୍ଷାର ଅନ୍ତ ହେଲା ଯେତେବେଳେ ଭଗବାନ ଶ୍ରୀକୃଷ୍ଣ କଂସ ବନ୍ଦି ଶାଳରେ ଜନ୍ମ ଗ୍ରହଣ କଲେ । ଏହା ମଧ୍ୟରେ ହଜାର ହଜାର ବର୍ଷ ଅତିତ ହୋଇ ଯାଇଛି କିନ୍ତୁ ପୂର୍ବ ଧାରା ବଜାୟ ରହିଛି । ଆଜି ବି ଯାଦବ କୁଳ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ପୁତ୍ର, ସଖା, ବନ୍ଧୁ, ଗୁରୁ ଏପରିକି ପିତୃ ପୁରୁଷ ଆସନରେ ଅଭିଶିକ୍ତ କରିଛି ।
ମଗଧରୁ ଓଡିଶା ସମେତ ଦେଶର ବିଭିନ୍ନ ପ୍ରାନ୍ତରେ ବସବାସ କରୁଥିବା ମଗଧା ଯାଦବ ମାନେ ଆଜିବି ମସାନ କୁନା (ପିତୃ ପୁରୁଷ ଆରଧନା ସ୍ଥଳୀ)ରେ ଭଗବାନ ଶ୍ରୀକୃଷ୍ଣ, ବଳରାମ ଓ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି କିନ୍ତୁ ଏଥିରେ ଉପରୋକ୍ତ ଦେବତା ମାନଙ୍କ ମୂର୍ତ୍ତି କିମ୍ବା ଫଟୋ ପୂଜା ପାଇନଥାଏ । ସମୟର ପରିବର୍ତ୍ତନ ସହ ଅନେକ କିଛି ବ୍ୟତିକ୍ରମ ସୃଷ୍ଟି ହୋଇଛି କିନ୍ତୁ ପୁରାତନ ଧାରାର ପରିବର୍ତ୍ତନ ହୋଇନାହିଁ ଓ ଆଜିବା ଯାଦବ ମାନେ ଭଗବାନ ଶ୍ରୀକୃଷ୍ଣଙ୍କୁ ନିଜ ପ୍ରାଣର ସ୍ପନ୍ଦନ ଭାବେ ଭଲ ପାଇ ଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଯାଦବ ସଂପ୍ରଦାୟର ଜନ୍ମାଷ୍ଟମୀ ଓ ନନ୍ଦ ଉତ୍ସବ ଯଥେଷ୍ଟ ଗୁରୁତ୍ବ ବହନ କରେ ।
ଉପସ୍ଥାପନା :
ସୁନୀଲ କୁମାର ଧଙ୍ଗଡାମାଝୀ
Editor odiabarta.in
Mob : 8917488843
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta