ବାତିଲ ହେଲା ଜୁନାଗଡ – ଭୁବନେଶ୍ବର – ଜୁନାଗଡ ପୃଥକ ରେଳ ଶୁଭାରମ୍ଭ କାର୍ଯ୍ୟକ୍ରମ

ଜୁନାଗଡ,୨୪/୮ : ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ନିଧନ ଯୋଗୁଁ ଆଜି ଜୁନାଗଡ ରୋଡ ରେଳ ଷ୍ଟେସନ ଠାରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ବାତିଲକରି ଦିଆ ଯାଇଛି । ତେବେ ପୂର୍ବପରି ନିର୍ଦ୍ଧାରିତ ସମୟରେ ଜୁନାଗଡ – ଭୁବନେଶ୍ବର ଟ୍ରେନ ଷ୍ଟେସନ ଛାଡିଛି ।

 

ସୂଚନା ଯୋଗ୍ୟଯେ, ଆଜି ଅପରାହ୍ନରେ ଜୁନାଗଡ଼ ରୋଡ଼-ଭୁବନେଶ୍ୱର – ଜୁନାଗଡ଼ ରୋଡ଼ ଏକ୍ସପ୍ରେସ ପୃଥକ ଭାବେ ଚଳାଚଳ ଆରମ୍ଭ ହେବାକୁ ଥିଲା। ପୂର୍ବତଟ ରେଳପଥ ମୁଖ୍ୟାଳୟ ତଥା ରେଳ ସଦନ ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନସିଂ ମାଧ୍ୟମରେ ସବୁଜ ପତାକା ପ୍ରଦର୍ଶନ କରି ଏହାର ଶୁଭାରମ୍ଭ କରିବା ସହ ଜୁନାଗଡ଼ ରୋଡ଼ ଠାରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ପ୍ରମୂଖ ଉପସ୍ଥିତ ରହି ପୃଥକ ଟ୍ରେନର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ଥିଲା ଏଥିପାଇଁ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ତେବେ ଅରୁଣ ଜେଟଲିଙ୍କ ମୃତ୍ୟୁ ହୋଇଥିବା କାରଣରୁ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଯାଇଥିବା ଜଣାପଡିଛି ।

ଜୁନାଗଡରୁ ରାକେଶ ବେମାଲଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.