ବିଭିନ୍ନ ସ୍ଥାନରେ ସଂପନ୍ନ ହେଲା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ପୁର ପଲ୍ଲୀ

ସୋନପୁର,୨୪/୮ : ସୋନପୁର ସଦର ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇ ଯାଇଥିବାବେଳେ ଆଜି ନନ୍ଦୋତ୍ସବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ପୁରପଲ୍ଲୀ । ବିଭିନ୍ନ ମଠ ମନ୍ଦିର, ଅନୁଷ୍ଠାନ ଓ ଘରେ ଘରେ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ଓ ଉତ୍ସବ ହୋଇଥିବା ଦେଖା ଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସୋନପୁର ସଦରର ଧୋବାବାହାଲି, ଗ୍ରୀଡକୋ, ବଡବଜାର, ଟିକିରିପଡା, ମଝିପଡା, ଘୋଡାଘାଟପଡା ପରି ପ୍ରାୟ ସମସ୍ତ ସ୍ଥାନରେ ଏହି ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଥିଲା । ଏହି ଉତ୍ସବରେ କୁନି କୁନି ପିଲା ରାଧା, କୃଷ୍ଣ, ବଳରାମ, ସୁଦାମା ଓ ଗୋପୀ ବେଶରେ ସୁସଜ୍ଜିତ ବେଶ ଗୁଡିକ ସଜେଇ ହୋଇଥିବା ଦେଖିବାକୁ ମିଳିଥିଲା । 

Udyog Nursery
Udyogi Nursery

ସେହିପରି ସୋନପୁର ସଦର ମହକୁମା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଜନ୍ମାଷ୍ଟମୀ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଶିଶୁ ବାଟିକାର ଶିଶୁ ଭାଇ ଭଉଣୀମାନେ ରାଧା, କୃଷ୍ଣ, ବଳରାମ, ସୁଦାମା ଓ ଗୋପୀ ବେଶରେ ସୁସଜ୍ଜିତ ହୋଇ ରଥରେ ବ୍ୟାଣ୍ଡ ବାଜା ସହ ନଗର ପରିକ୍ରମା କରିଥିଲେ । ପରେ ବିଦ୍ୟାଳୟ ପରିସରରେ ରାଧା,କୃଷ୍ଣ ବେଶଧାରୀଙ୍କ ଦୋଳି ଖେଳ ହୋଇଥିଲା । ଏହିଅବସରରେ ବିଦ୍ୟାଳୟ ପ୍ରଧାନଆଚାର୍ଯ୍ୟ ସଭାପତିତ୍ୱ ରେ ହୋଇଥିବା ଅନୁଷ୍ଠିତ ସଭାରେ ସମସ୍ତ ଛାତ୍ର ଛାତ୍ରୀ ଓ ଗୁରୁଜୀ ଗୁରମା ଯୋଗଦେଇଥିଲେ । ଓ ସହେଯୋଗ କରିଥିଲେ ।

ସେନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.