ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଭୈରବ ମନ୍ଦିର ଛକ ଠାରେ ବିଶିଷ୍ଟ ସମାଜସେବୀ ତଥା ପ୍ରତିଷ୍ଠାତା ଟି. ପ୍ରଭାକର ରାଓଙ୍କ ପକ୍ଷରୁ ନୂତନ ଭାବେ ହନୁମାନ ମୂର୍ତ୍ତି ସ୍ଥାପନ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ଟି. ପ୍ରଭାକର ରାଓ ଓ ତାଙ୍କ ଧର୍ମପତ୍ନୀ ଟି. ସିଲା ରାଓ ରହିଥିବା ବେଳେ ପୂଜକ ଲମ୍ବୋଦର ପାଢ଼ୀ ମନ୍ତ୍ର ଧ୍ୱନୀ ମଧ୍ୟରେ ଭୂମି ପୂଜା ନିତିକ୍ରାନ୍ତିରେ ସମାପନ କରିଥିଲେ। ଏଥିରେ ଟି. ଆପଲା, ମନୋଜ କୁମାର ରାଉତ, ଟଙ୍କଧର ମାଝୀ,କେ ବୈକୁଣ୍ଠ ରାଜୁ, ଗୋପାଳ ଖୁରା, ଉପେନ୍ଦ୍ର ଦାଶ, ଶଶିକାନ୍ତ ଓଝା,ଅନଙ୍ଗ ମାଝୀ, କୈାନୁଜ ରାଉତଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ। ତେବେ ଆସନ୍ତା ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଦିନ ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ହେବ ବୋଲି ପ୍ରତିଷ୍ଠାତା ଶ୍ରୀ ଟି.ପ୍ରଭାକର ରାଓ ପ୍ରକାଶ କରିଛନ୍ତି।





