ବାଲୁଗାଁ ମହାବିଦ୍ୟାଳୟ ବିଜ୍ଞାନ ପରିଷଦର ବାର୍ଷିକ ଉତ୍ସବ

ବିଜ୍ଞାନ ହେଉଛି ଭବିଷ୍ୟତର ଆଲୋକ

ଓଡ଼ିଆ ବାର୍ତ୍ତା/ ବାଲୁଗାଁ: ଆଜି ବାଲୁଗାଁ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବିଜ୍ଞାନ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ ସମାରୋହକୁ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମୀଧର ସୁବୁଦ୍ଧି ଆନୁଷ୍ଠାନିକ ଭାବେ ଉଦଘାଟନ କରି ବିଜ୍ଞାନ ହେଉଛି ଜ୍ଞାନର ସେଇ ଶାଖା, ଯାହା ପରୀକ୍ଷା, ପର୍ଯ୍ୟବେକ୍ଷଣ ଓ ତର୍କ ମାଧ୍ୟମରେ ପ୍ରକୃତିର ସତ୍ୟକୁ ପରିପ୍ରକାଶ କରିଥାଏ‌ ବୋଲି ମତପ୍ରକାଶ କରିଥିଲେ। ଏହି ସମାରୋହରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣା, ପ୍ରତିଷ୍ଠାନ ଅଧିକାରୀ ସୁଧାକର ନାୟକ, ରସାୟନ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀ, ପ୍ରାଣୀବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ବିଦ୍ୟାଧର ଯୁଝାରସିଂହ, ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ପ୍ରବୀଣ କୁମାର ଜେନା, ଗଣିତ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଶିବରାମ ସିଂହ, ପଦାର୍ଥ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ରୀନା ରାଉତ, ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ହିମାଂଶୁ କୁମାର ଦାଶ ପ୍ରମୁଖ ଯୋଗଦେଇ କହିଲେ ଯେ, ବିଜ୍ଞାନ କୌଣସି ଅନ୍ଧ ବିଶ୍ୱାସ ଉପରେ ନୁହେଁ, ବରଂ ପର୍ଯ୍ୟବେକ୍ଷଣ, ପରୀକ୍ଷା ଓ ତର୍କ ଉପରେ ଆଧାରିତ। ବିଜ୍ଞାନର ଆବିଷ୍କାର ଦ୍ୱାରା ଆଜି ମନୁଷ୍ୟର ଜୀବନ ସହଜ ଓ ସୁବିଧାଜନକ ହୋଇଛି। ବିଦ୍ୟୁତ, ଯାତାୟାତ, ଚିକିତ୍ସା, ଯୋଗାଯୋଗ ସମସ୍ତ କ୍ଷେତ୍ରରେ ବିଜ୍ଞାନ ଆମକୁ ଆଗେଇ ନେଇଛି, ଏହା ସବୁ ମାନବର ଅସୀମ ଜିଜ୍ଞାସାର ଫଳ ବୋଲି ମତବ୍ୟକ୍ତ କରିବା ସହ ଛାତ୍ରଛାତ୍ରୀ ମାନେ ବିଜ୍ଞାନ କ୍ଷେତ୍ରରେ ପାରଦର୍ଶିତା ହାସଲ କରନ୍ତୁ ବୋଲି ଉପଦେଶ ଦେଇଥିଲେ। ଏହି ଅବସରରେ ବିଜ୍ଞାନ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରବନ୍ଧ, ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ବିଜ୍ଞାନ ପରିଷଦର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଗଣ ଉପସ୍ଥିତ ରହି ସହଯୋଗ କରିଥିଲେ। ପରିଶେଷରେ ପ୍ରାଣୀବିଜ୍ଞାନ ବିଭାଗର ଛାତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.