ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭା ତରଫରୁ ନନ୍ଦଉତ୍ସବ

ଧର୍ମଗଡ,୨୪/୮ : ଯଦୁକୂଳ ତିଳକ ଭଗବାନ ଶ୍ରୀକୃଷ୍ଣଙ୍କ ଅପୂର୍ବ ଗାଥାକୁ ମନେ ପକାଇବା ସହ ଯାଦବ ସମାଜର ପ୍ରତ୍ୟେକଟି ଲୋକଙ୍କ ପାଖରେ ଜାତି ଗୌରବର ବାର୍ତ୍ତା ପହଞ୍ଚାଇବାକୁ ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ମହାସଭା ତରଫରୁ ଜନ୍ମାଷ୍ଟମୀ ଅବସରରେ  ନନ୍ଦଉତ୍ସବର ଆୟୋଜନ କରାଯାଇଥିଲା ।

ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମରେ ଖୁସି ହୋଇ ନନ୍ଦ ମହାରାଜ ଉତ୍ସବର ଆୟୋଜନ କରିଥିଲେ ଯାହାର ସ୍ମୃତିରେ ନନ୍ଦୋତ୍ସବର ଆୟୋଜନ ହୋଇ ଆସୁଛି । ଧର୍ମଗଡରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଯାଦବ ପୁରୁଷ ଓ ମହିଳା ମାନେ ଯୋଗଦେଇ ଧର୍ମଗଡ଼ ସ୍ଥିତ ରାଧାକୃଷ୍ଣ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ଧର୍ମଗଡ଼ ନଗର ପରିକ୍ରମା କରିଥିଲେ ।

ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦ ରାଜ୍ୟ ସଭାପତି ବଳରାମ ସିଂ ଯାଦବ, ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବ୍ଲକ ଯାଦବ ସମିତି ପୂର୍ବତନ ସଭାପତି ଧନୁ ଗୋପାଳ, ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଧର ଲହଜଲ,

ଜିଲ୍ଲା ଯୁବ ଯାଦବ ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ଜଗତରାମ ଜୁଏଡ଼, ରଘୁବିର ନାଗ ଓ ପୂଜକ ଭାବେ ରବିଶଙ୍କର କେତକୀ କର୍ତ୍ତା ଭାବେ ମହେନ୍ଦ୍ର ଖରସେଲ, ପିଣ୍ଟୁ ଭଇସାଲ, ଧର୍ମଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ବିଜ୍ଞାପିତ ଅଞ୍ଚଳ ସଭାପତି ଅନିରୁଦ୍ଧ ଲହଜଳ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।

ଧର୍ମଗଡରୁ ଲବଣୀ ରାଉତଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.