ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା-ରାୟଗଡ଼ାକୁ ସଂଯୋଗ କରୁଥିବା ୬ନଂ ରାଜ୍ୟ ରାଜପଥ କିଡିଙ୍ଗ ନିକଟସ୍ଥ ବେହେରା ପୋଲ ପାଲଟିଛି ମରଣଯନ୍ତା। ଏହି ପୋଲରେ ଦିନ ପ୍ରତିଦିନ ବୃଦ୍ଧି ପାଉଥିବା ବେଳେ ଏବେ ଏହି ପୋଲ ଉପରେ ଏକ ପିଚୁ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭବାନୀପାଟଣା ପଟୁ ବିଶାଖାପାଟଣା ପଟେ ଯାଉଥିବା ଏହି ପିଚୁ ବୋଝେଇ ଟ୍ରକ ବେହେରା ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡି ଏକ ଜମିରେ ଛିଡ଼ା ଅବସ୍ଥାରେ ରହିଛି। ଏଥିରେ ଡ୍ରାଇଭର ଆହାତ ହୋଇଥିବା ଜଣାପଡିଛି।





