ବଲାଙ୍ଗିର : ୱାନ ଷ୍ଟପ ସେଣ୍ଟର (ସଖୀ)ର ଶୁଭାରମ୍ଭ

ନିର୍ଯ୍ୟାତିତା ମହିଳା ଓ ନାବାଳିକା ମାନଙ୍କୁ ସମନ୍ବିତ ସୁବିଧା ସୁଯୋଗ ଯୋଗାଇବ ସଖୀ

ବଲାଙ୍ଗିର,୨୪/୮ : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିଷରରେ ଆଜି ୱାନ ଷ୍ଟପ ସେଣ୍ଟର (ସଖୀ)ର ଶୁଭାରମ୍ଭ କରିଛନ୍ତି ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଏହି ଅବସରରେ ସମ୍ମାନିତ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ମହିଳା ଏବଂ ଶିଶୁ ବିକାଶ ଓ ମିଶନ ଶକ୍ତି ନିର୍ଦେଶକ ଅରବିନ୍ଦ ଅଗ୍ରୱାଲ, ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ୍ ଡ଼ାକୁଆ, ଜିଲ୍ଲା ଏସପି ଏମ ସମ୍ପଦ, ଭୀମଭୋଇ ମେଡିକାଲ କଲେଜ ଅଧକ୍ଷ ଡ଼ଃ ନାରାୟଣ ଆଚାର୍ଯ୍ୟ, ଜିଲ୍ଲା ସ୍ବାସ୍ଥ୍ୟ ଅଧକାରୀ ଡ଼ଃ ସଂଯୁକ୍ତା ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ନିର୍ଯ୍ୟାତିତା ମହିଳା ଓ ନାବାଳିକା ମାନଙ୍କୁ ସମନ୍ବିତ ସୁବିଧା ସୁଯୋଗ ଯୋଗାଇବ ଏହି ୱାନ ଷ୍ଟପ ସେଣ୍ଟର (ସଖୀ) । ବଳାତ୍କାର, ଅପହରଣ, ନିଖୋଜ, ପାରିବାରିକ ହିଂସା, ଅମ୍ଳ ଆକ୍ରମଣ, ଶିଶୁ ଯୌନ ଉତ୍ପୀଡ଼ନ,ମହିଳା ଚାଲାଣ, ବାଲ୍ୟ ବିବାହ, ସାଇବର କ୍ରାଇମ, ଯୌତୁକ ନିର୍ଯାତନା ଓ ଅନ୍ୟାନ୍ୟ ହିଂସାରେ ପିଡିତା ମହିଳା ମାନେ ଏଠାରେ ୫ ଦିନର ଆଶ୍ରୟ ଓ ଅନ୍ୟାନ୍ୟ ସହାୟତ ପାଇପାରିବେ ।

ନିର୍ଯ୍ୟାତିତା ମହିଳା ମାନଙ୍କୁ ଆଶ୍ରୟ ଯୋଗାଇବା ସହ ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ ଗତ ସହାୟତା, ମାନସ୍ତାତ୍ତ୍ବିକ ଓ ସାମାଜିକ ପରାମର୍ଶ ଆଦି ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ବଲାଙ୍ଗିର ଜିଲ୍ଲାର ନିର୍ଯ୍ୟାତିତା ମହିଳା ଓ ନାବଳିକା ଉପକୃତ ହୋଇପାରିବେ।

ବଲାଙ୍ଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.