ବସପାର ସକାରାତ୍ମକ ରାଜନୀତିକୁ ନେଇ ବଢୁଛି ଚର୍ଚ୍ଚା

ଓଡ଼ିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାଜ୍ୟ ପ୍ରଭାରୀ ଜିତୁ ଜାକେସିକା ଙ୍କ ଅଧକ୍ଷତା ରେ ଆଜି ରାୟଗଡା ଠାରେ ବହୁଜନ ସମାଜ ପାର୍ଟି ତରଫରୁ ଏକ ପ୍ରେସ ସମ୍ମିଳନୀର ଆୟୋଜନ କରାଯାଇଥିଲା I ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ବହୁଜନ ସମାଜ ପାର୍ଟି ଆଜି କେନ୍ଦ୍ର ସରକାର ତଥା ସ୍ଥାନୀୟ ସାଂସଦ ଓ ବିଧାୟକ ମାନଙ୍କ ଉପରେ ବର୍ଷୀଛନ୍ତି I ସଂସଦ ର ପ୍ରତି ମିନିଟ ପାଇଁ ୨ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଓଡିଶା ବିଧାନସଭାର ପ୍ରତି ଅଧିବେଶନ ପାଇଁ ରାଜକୋଷ ରୁ ପାଖାପାଖି ୭୦ ଲକ୍ଷ ଖର୍ଚ୍ଚ କରାଯାଉଛି I ଏଭଳି ସ୍ଥିତି ରେ ଗୃହ ରେ ଲୋକଙ୍କ ଜରୁରୀ ମୁଦ୍ଦା ଉପସ୍ଥାପନ କରିବା ପାଇଁ ବସପା, ମାନ୍ୟବର ସାଂସଦ ଏବଂ ବିଧାୟକ ମାନଙ୍କୁ ଦାବି କରିଛି I ସୁଙ୍ଗେର ଘଟଣାକୁ ଉଲ୍ଲେଖ କରି ବିଏସପି ଲୋକଙ୍କ ଉପରେ ଅତ୍ୟାଚାର ବିରୋଧରେ କଠୋର ସ୍ୱର ଉଠାଇବାକୁ ଆହ୍ୱାନ କରିଛି। ସେଠାରେ ଯେଉଁ ଭଳି ଭାବେ ପୋଲିସ ରାଜ ଚାଲିଛି, ଲୋକେ ଭୟ ଭିତ ହେଲେଣି I ଜଳ ଜଙ୍ଗଲ, ଜମି ପାଇଁ ଯେଉଁ ମାନେ ଆୱାଜ ଉଠାଉଛନ୍ତି, ପୋଲିସ ସେମାନଙ୍କୁ ଗିରଫ କରୁଛି I ଆଉ ଆମର ସାଂସଦ ଓ ବିଧାୟକ ମାନେ ଏସବୁ ଦେଖି ମଧ୍ୟ ଚୁପ ବସିଥିବା ନେଇ କଡା ଟିପ୍ପଣୀ କରିଛି ବସପା Iଜିଲ୍ଲାରେ ୧୮ଟି ମେଗା ପାନୀୟ ଜଳ ପ୍ରକଳ୍ପ ମଧ୍ୟରୁ କେବଳ ଗୋଟିଏ କାର୍ଯ୍ୟକ୍ଷମ ଥିବା ବେଳେ ଅନ୍ୟ ସବୁ ଅଚଳ ହୋଇପଡିଛି I ଗ୍ରୀଷ୍ମ ପୂର୍ବରୁ ଲୋକଙ୍କୁ ପାନୀୟ ଜଳ ଯୋଗାଣ ଏବଂ ଏହି ପ୍ରକଳ୍ପ ସବୁ କାର୍ଯ୍ୟକ୍ଷମ ହେବା ନେଇ ନେତାମାନେ କେଉଁ ପଦକ୍ଷେପ ନେଇଛନ୍ତି ବୋଲି ଦଳ ପ୍ରଶ୍ନ କରିଛି I ଏଥି ସହ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’ର ଅଧ୍ୟକ୍ଷ ପଦ ଦୀର୍ଘଦିନ ଧରି ଖାଲି ପଡିଛି I ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପାଇଁ ପୃଥକ ପୃଥକ “ସ୍ୱତନ୍ତ୍ର ଉନ୍ନୟନ ପରିଷଦ”ର ଅଧକ୍ଷ ଓ ପର୍ଯ୍ୟାପ୍ତ ପାଣ୍ଠି ର ବ୍ୟବସ୍ଥା ପ୍ରତି ସରକାର ଧ୍ୟାନ ଦେବା ପାଇଁ ଦଳ ପ୍ରସ୍ତାବ ଦେଇଛି I ଓପିଏଲପି ୨.୦ କୁ ମଞ୍ଜୁରୀ ମିଳିବା ପରେ ବି ଏହା ଲାଗୁ ହେବାରେ ସଚିବ ସ୍ତର ରେ ଅବହେଳା ହେଉଛି ଯେଉଁଥିପାଇଁ ସମଗ୍ର ରାଜ୍ୟ ର ଆଦିବାସୀ, ଡ଼ଙ୍ଗରିଆ ମାନଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି I ଏ ନେଇ ଆମ ସାଂସଦ ଏବଂ ବିଧାୟକ ମାନେ ମନ୍ତ୍ରୀ ତଥା ସଚିବ ସ୍ତର କି ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି, ତାହାର ଜବାବ ରଖନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା ପ୍ରଶ୍ନ କରିଛନ୍ତି Iକଂଗ୍ରେସ ମନରେଗା ଯୋଜନା ର ନାମ ପରିବର୍ତନ ନେଇ ଯେତିକି ରାଜନୀତି କରୁଛି, ଏହି ଯୋଜନା ରେ ଶ୍ରମିକ ମାନଙ୍କ ପାରିଶ୍ରମିକ ବୃଦ୍ଧି, ମଜୁରି ଓ ମେଟେରିଆଲ ପେମେଣ୍ଟ ରେ ଦେରି ଓ କର୍ମଚାରୀଙ୍କ ସ୍ଥାୟୀ ନିଯୁକ୍ତି ନେଇ ସେତିକି ଉତ୍ସାହ କାହିଁକି ଦେଖାଉ ନାହିଁ ବୋଲି କଂଗ୍ରେସ ର ଆଭିମୁଖ୍ୟ ନେଇ ଦଳ ସନ୍ଦେହ ପ୍ରକାଶ କରିଛି। ଓଡିଶା ର ଗୃହରକ୍ଷୀଙ୍କ ଦରମା ଓ ଛୁଟି ସୁବିଧା ନେଇ ମଧ୍ୟ ଦଳ ଚିନ୍ତା ବ୍ୟକ୍ତ କରିଛି। ଏଥି ସହ ବିଭିନ୍ନ ଆଉଟ ସୋର୍ସିଙ୍ଗ ସଂସ୍ଥା ଦ୍ୱାରା ନିୟୋଜିତ କର୍ମଚାରୀ, ଠିକା କର୍ମଚାରୀ, ଡିଇଓ, ଆଶା, ଅଙ୍ଗନବାଡି, ଜୀବିକା ମିଶନ ଦିଦି, ଓଏଲଏମ, ମିଶନ ଶକ୍ତି ମାଁ ମାନଙ୍କ ସ୍ଥାୟୀ ନିଯୁକ୍ତି ପାଇଁ ମାନ୍ୟବର ବିଧାୟକ ମାନେ ଗୃହ ରେ ଦାବି ଉପସ୍ଥାପନ କରନ୍ତୁ ବୋଲି ଦଳ ଜୋର ଦେଇଛି I ଶେଷରେ, ଗରିବ ଓ ମଧ୍ୟବିତ୍ତ ପରିବାର ମାନଙ୍କ ପାଇଁ ଅନ୍ୟୁନ ୯୦ ଦିନର ବିଦ୍ୟୁତ ବିଲ ଛାଡ଼ କରିବା ପାଇଁ ଦଳ ରାଜ୍ୟ ସରକାର ଙ୍କ ଆଗରେ ପ୍ରସ୍ତାବ ଦେଇଛି I ଆଜିର ଏହି ପ୍ରେସ ସମ୍ମିଳନୀ ରେ ବହୁଜନ ସମାଜ ପାର୍ଟି ଲୋକଙ୍କ ହିତ ତଥା ଅତ୍ୟାବଶ୍ୟକୀୟ ଅନେକ ମୁଦ୍ଦା କୁ ନେଇ କଂଗ୍ରେସ ଓ ଭାଜପା କୁ ଅଡୁଆରେ ପକାଇଥିବା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି I ତେଵେ ଜିଲ୍ଲାରେ ଏହି ଦଳ ଉଭୟ ଶାସକ ଦଳ ପାଇଁ ପ୍ରେସର ଗ୍ରୁପ ଭଳି କାର୍ଯ୍ୟକରୁଥିବା ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି I ରାୟଗଡା ବହୁଜନ ସମାଜ ପାର୍ଟି ର ଏହି ସକରାତ୍ମକ ରାଜନୀତି କୁ ଅନେକ ମହଲ ରେ ପ୍ରଶଂସା ମିଳୁଥିବା ବେଳେ ଉଭୟ ଶାସକ ଦଳ ଲୋକଙ୍କ ଗୁରୁତ୍ୱପୁର୍ଣ ବିଷୟ ସବୁ ପ୍ରତି ଆଗାମୀ ଦିନ ରେ କଣ ପଦକ୍ଷେପ ନେଉଛନ୍ତି ତାହା ପ୍ରତି ସମସଙ୍କ ନଜର ରହିଛି I ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ଜାକେଶିକା ଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ଗଙ୍ଗାଧର ପୁଆଲା,ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ଓ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.