ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଖମାରି ଗାଁ ଖେଳ ପଡିଆ ଠାରେ ମାଁ ଭୈରବୀ ନକଆଉଟ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଆଜି ପ୍ରଥମ ଦିନ ମ୍ୟାଚ୍ ବେଲମ୍ବା ଓ ତାଲାଙ୍ଗସୁର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ମ୍ୟାଚରେ ପ୍ରଥମେ ବେଲମ୍ବା ଟସ୍ ଜିତି ତାଲାଙ୍ଗସୁର ଦଳକୁ ବ୍ୟାଟିଙ୍ଗ କରିବା ପାଇଁ ନିଷ୍ପତି ନେଇଥିବା ବେଳେ ୧୨ଓଭରରେ ୭ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରିଥିଲା ଏହାର ଜବାବରେ ବେଲମ୍ବା ଦଳ ୧୨ଓଭରରେ ୮ଉଇକେଟ ହରାଇ ୧୧୪ ରନ କରି ତାଲାଙ୍ଗସୁର ଦଳ ଠାରୁ ପରାଜୟ ହୋଇଥିଲେ।ଏହି ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସୁବାସ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଯୁବନେତା ନରେନ୍ଦ୍ର ବେହେରା, ରବି ସିଂ, ରବି କରୁଆଁ,ବାବୃବାହାନ ଦୋରା,ସାମ୍ବାଦିକ ତୁଳସୀରାମ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ। ଆଜିର ଉଦଘାଟନୀ ମ୍ୟାଚକୁ ମିଳନ ସାହୁ ଓ ଦେବେନ୍ଦ୍ର ଦୋରା ଖେଳ ପରିଚାଳନା କରିଥିବାବେଳେ ସ୍କୋରବୋର୍ଡ ଦାୟିତ୍ୱ ବାପି ଦୋରା ଓ ବାସୁଦେବ ଦୋରା ତୁଲାଇଥିଲେ। ମନରଞ୍ଜନ ବେହେରା ଓ ଟୁଲୁ ଦୋରା ଧାରବିବରଣୀ ଦେଇଥିଲେ। ଉକ୍ତ ଟୁର୍ନାମେଣ୍ଟ ଅଞ୍ଚଳର ୧୬ ଗୋଟି ଦଳ ଭାଗ ନେଇଛନ୍ତି। ଆସନ୍ତା ୧୯ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବ ବୋଲି ଯୁବକ ସଂଘ ପକ୍ଷରୁ ସୂଚନା ମିଳିଛି। ଏହି ଟୁର୍ନାମେଣ୍ଟଟି ମାଁ ଭୈରବୀ ଯୁବକ ସଂଘ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ବେଳେ ଏଥିରେ ସଂଘର ସୁରେଶ ସାହୁ, ଦୁଷ୍ମନ୍ତ ସାହୁ, ପ୍ରଭାକର ଦୋରା, ମନୋଜ ଦୋରା, ଆନନ୍ଦ ଦୋରାଙ୍କ ସମେତ କ୍ଳବର ସମସ୍ତ ସଦସ୍ୟ ମାନେ ସହଯୋଗ କରୁଛନ୍ତି।





