ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଚଳିତ ବର୍ଷ ସମ୍ଭ୍ରାନ୍ତ ସାହିତ୍ୟ ପତ୍ରିକା ‘ପ୍ରିୟପତ୍ର’ ତରଫରୁ ବିଶିଷ୍ଟ ରମ୍ୟ-ବ୍ୟଙ୍ଗ ଲେଖକ ଓ ସ୍ତମ୍ଭକାର ରାଧାଶ୍ୟାମ ରାଉଳଙ୍କୁ ‘ରସରାଜ ଏମାର୍ କେଆର୍ ସ୍ମୃତି ସମ୍ମାନ’ ପ୍ରଦାନ କରାଯିବ ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଆସନ୍ତା ୧୪ ତାରିଖରେ ‘ପ୍ରିୟପତ୍ର’ର ୩୯ତମ ବାର୍ଷିକ ଉତ୍ସବରେ ମାନ୍ୟଗଣ୍ୟ ଅତିଥି ଓ ସୁଧୀ ସଭାସଦ୍ ମାନଙ୍କ ଭବ୍ୟ ଉପସ୍ଥିତିରେ ଶ୍ରୀ ରାଉଳଙ୍କୁ ଏହି ସମ୍ମାନ ପୁରୀ ଠାରେ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି।ଓଡ଼ିଆ ସାହିତ୍ୟର ବ୍ୟଙ୍ଗ-ରଚନା କ୍ଷେତ୍ରରେ ଦୀର୍ଘ ତିନି ଦଶନ୍ଧି ଧରି ନିରବଚ୍ଛିନ୍ନ ଭାବେ ଲେଖନୀ ଚାଳନା କରିଥିବା ଶ୍ରୀ ରାଉଳଙ୍କୁ ନିଷ୍ଠାପର ସାଧନା ଓ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଚଳିତ ବର୍ଷ ‘ପ୍ରିୟପତ୍ର’ ପକ୍ଷରୁ ଏମାର କେଆର ସ୍ମୃତି ସମ୍ମାନ ପ୍ରଦାନ କରାଯାଉଥିବା ବିଷୟ ‘ପ୍ରିୟପତ୍ର’ର ସମ୍ପାଦକ ବିପିନ ବିହାରୀ ଦଳାଇ ସୂଚନା ଦେଇଛନ୍ତି।





