ନର୍ଲା ପେସିଫିକ୍ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକୋତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ପେସିଫିକ୍ ପବ୍ଲିକ ସ୍କୁଲର ୧୫ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ନାଏକଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ବକ୍ତା ଭାବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନର୍ଲାରୋଡ଼ ଜୟଦୁର୍ଗା ହାଇସ୍କୁଲ ର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନୀତ ଅତିଥି ଭାବରେ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବର୍ଦ୍ଧନ ମାଝୀ ପ୍ରମୁଖ ମଞ୍ଚାସୀନ ରହି ମାର୍ଗ ଦର୍ଶନ ଦେଇଥିଲେ। ଇଂରାଜୀ ଶିକ୍ଷକ ପରମାନନ୍ଦ ଦୁର୍ଗା ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରିନ୍ସିପଲ ତୁଳସୀ ରାମ ସାହୁ ବାର୍ଷିକ ବିବରଣୀ ପଠନ କରିଥିଲେ। ଅତିଥିମାନେ ଶିକ୍ଷଣ ପଦ୍ଧତି ଓ ଶିଶୁ ମନୋବିଜ୍ଞାନ ଉପରେ ଆଲୋକପାତ କରିବାସହ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ। ପେସିଫିକ୍ ପବ୍ଲିକ ସ୍କୁଲର ଇଂରାଜୀ ଅଧ୍ୟାପକ ଶ୍ରୀ ଦୁର୍ଗା ମଞ୍ଚ ପରିଚାଳନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ନର୍ସରୀ ଶ୍ରେଣୀ ରୁ ସପ୍ତମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ନେଇ ନାଚ ଗୀତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଶୁ ମାନଙ୍କୁ ମୋବାଇଲ ଫୋନ ଠାରୁ ଦୁରେଇ ରଖିବା ବିଷୟରେ ଅଭିଭାବକ ଙ୍କୁ ସଚେତନତା ନେଇ ମଞ୍ଚସ୍ଥ କ୍ଷୁଦ୍ର ନାଟକ ବେଶ ହୃଦୟ ସ୍ପର୍ଶୀ ହୋଇପାରିଥିଲା। ଶିକ୍ଷୟତ୍ରୀ ଶୈଳ ସୂତା କର ଓ ପ୍ରଣତି ଦୋରାଙ୍କ ନିର୍ଦ୍ଦେଶିତ ନୃତ୍ୟ ବେଶ ଉଚ୍ଚ କୋଟୀର ହୋଇଥିଲା। ଛାତ୍ର ମୁକେଶ କୁମାର ସାହୁ ଓ ଛାତ୍ରୀ ନେହା ସାହୁ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ। ପ୍ରିନ୍ସିପଲ ଶ୍ରୀ ସାହୁ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ରଞ୍ଜିତା ସାହୁ, ସ୍ୱାଗତିକା ଚାନ୍ଦ, ଶୈଳସୂତା କର, ଝରଣା ସେଲମା, ଜେ କେ କ୍ରିଷ୍ଣା ପୋଢ, ଅନିତା ବାଗ, ସୌଦାମିନୀ ସା, ବିକାଶ ମାଝୀ, ପ୍ରଣତୀ ଦୋରା, ପୁରିତା ଭୋଇ, ନିବେଦିତା ନାଏକ, ଶାନ୍ତି ହଂସ, ଭାଗ୍ୟଶ୍ରୀ ଗୌଡ, ଗୋବିନ୍ଦ ମାଝୀ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ବିଶିଷ୍ଟ ବ୍ୟକ୍ତି ଭାବରେ ଶିକ୍ଷାବିତ ତପନ କୁମାର ଭୋଇ, କ୍ଷିତିଶ ଚନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ନାଚ ଗୀତ କାର୍ଯ୍ୟକ୍ରମ ରେ ମଞ୍ଚ ଦୁଲୁକି ଉଠିଥିଲା। ଶେଷରେ ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.