କିଡିଙ୍ଗ ବାବା ଜଳେଶ୍ଵରଙ୍କ ଶିବରାତ୍ରି ପାଇଁ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତ ସ୍ଥିତ କିଡିଙ୍ଗ ଗାଁର ପ୍ରସିଦ୍ଧ ବାବା ଜଳେଶ୍ଵରଙ୍କ ଶିବରାତ୍ରି ପାଇଁ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବାବା ଜଳେଶ୍ଵରଙ୍କ ପିଠରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ପୋଖରୀରେ ପହଞ୍ଚି ଦେବମନ୍ତ୍ର ପାଠ ସହିତ ବହୁ ସଂଖ୍ୟକ ଶିବଭକ୍ତ ପାରମ୍ପରିକ ଘଣ୍ଟ, ଶଙ୍ଖ, ସଂର୍କୀତ୍ତନ ସହ ପୁଣି ବାବା ଜଳେଶ୍ଵର ମନ୍ଦିର ପରିସରରେ ପହଞ୍ଚି ଥିଲେ। ଏଥିରେ ହରି ଶବର କର୍ତ୍ତା ଦାଇତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ବିଶ୍ଵନାଥ ଶବର ପୂଜାର୍ଚ୍ଚନା କରିଥିଲେ। ଏଥିରେ ସେବାୟତ କୈଳାସ ଶବର, ଅନ୍ତ ଶବର, ସ୍ନେହଲତା ବଗର୍ତ୍ତୀ ପ୍ରମୁଖ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଏଥିରେ ପରିଚାଳନା କମିଟି ସଭାପତି ଗୋପାଳ ଦାସ ମହାନନ୍ଦ, ସମ୍ପାଦକ ନିଲେଶ କୁମାର ନାଗ, ଉପସଭାପତି ଦଶରଥ ଶବର, ସହ ସମ୍ପାଦକ ଗୁଣନିଧି ଛତ୍ରିଆ, କୋଷାଧ୍ୟକ୍ଷ ଜିତାମିତ୍ର ଶବର ଓ ସମସ୍ତ ଉପଦେଷ୍ଟା ମଣ୍ଡଳୀଙ୍କ ନେତୃତ୍ୱରେ ପରିଚାଳନା କମିଟି ସମସ୍ତ ସଦସ୍ୟ, ଗ୍ରାମବାସୀ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ସହଯୋଗ କରୁଛନ୍ତି। ତେବେ ରବିବାର ବାବା ଜଳେଶ୍ଵରଙ୍କ ମହା ଶିବରାତ୍ରି ପାଳନ କରାଯିବ ମଧ୍ୟ ରାତ୍ରୀରେ ମହାଦୀପ ଉଠିବା ନେଇ କମିଟି ପକ୍ଷରୁ ସୂଚନା ମିଲଛି। ସେହିପରି ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ଶିବ ମନ୍ଦିରରେ ଶିବରାତ୍ରି ପାଇଁ କଳସ ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.