ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ ପଞ୍ଚାୟତ ଅନ୍ତର୍ଗତ କିଡିଙ୍ଗ,କାଉଗୁଡା ଓ ମାଡିବନ୍ଦା ଗ୍ରାମର ୧୯ଗୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ନେଇ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେଷ ପ୍ରଧାନଙ୍କ ନିର୍ଦ୍ଦେଶରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ଏକ ପ୍ରଡୁସର କମ୍ପାନୀ ଗଠନ କରାଯାଇଛି। ଉକ୍ତ କମ୍ପାନୀର ସଭାପତି ଭାବେ କନକ ଶବରଙ୍କୁ ଚୟନ କରାଯାଇଥିବା ବେଳେ ସମ୍ପାଦିକା ଭାବେ ମୋହିନୀ ବଗର୍ତ୍ତିଙ୍କୁ ଚୟନ କରାଯାଇଥିଲା। ଏହି କମିଟି ଏହି ଅଞ୍ଚଳର ୨ଶହରୁ ଉର୍ଦ୍ଧ୍ଵ ସୁର୍ଯ୍ୟମୂଖି ଚାଷୀ ମାନଙ୍କୁ ନେଇ ଗଠିତ ହୋଇଅଛି। ଉକ୍ତ ଚୟନ ପ୍ରକ୍ରିୟାରେ ଲାଞ୍ଜିଗଡ଼ରୋଡ ସରପଞ୍ଚ ମମତା ଶବର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡମ୍ବରୁଧର ସେନାପତି ଓରମାସ, ଜିଲ୍ଲା ବ୍ୟବସ୍ଥାପନ ପ୍ରବନ୍ଧକ ପ୍ରକାଶ ବେହେରା,ଭିଏଡବଲ୍ୟୁ ଭାସ୍କର ମାଝୀ,ମିଶନ ଶକ୍ତି ଏକାଉଟେଣ୍ଟ ଯୁଗେଶ୍ବର ଶବର ପ୍ରମୁଖ ଯୋଗଦେଇ ଥିଲେ। ଏଥିରେ କୃଷକ ସାଥି ଗଣେଶ ଶବର,କେ ରୋଶନ ବର୍ମା, ଏମବିକେ ସନ୍ତୋଷୀ ଗଉଡ଼, ସିଆରପି ପୂର୍ଣ୍ଣମୀ ବଗର୍ତ୍ତୀ, ପଙ୍କଜିନୀ ନିଆଳ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।





