ଷ୍ଟାଇଲ ବଜାର ସପିଙ୍ଗ ମଲ୍ ପାଇଁ କପିଳାସ ରୋଡରେ ଲାଗୁ ହେଲା ନୂଆ ନିୟମ

ୱାନ୍-ୱେ ରାସ୍ତା ସହ ୩ ରୁ ୪ ଚକିଆ ଗାଡି ପାଇଁ ପାର୍କିଂ ନାହିଁ

ରାୟଗଡ,୪/୮: ଚଳିତ ମାସର ଗତ ୧୭ ତାରିଖରେ ରାୟଗଡ ସହରର ଭିଆଇପି ରୋଡ କୁହାଯାଉଥିବା କପିଳାସ ରୋଡରେ ଖୋଲିଛି ଷ୍ଟାଇଲ ବଜାର ନାମକ ଏକ ସପିଙ୍ଗ ମଲ୍ । ତେବେ ଏହି ସପିଙ୍ଗ ମଲ ଖୋଲା ହେବା ଦିନ ଠାରୁ ଏହି ରାସ୍ତାରେ ମୁଣ୍ଡ ଟେକିଛି ଟ୍ରାଫିକ୍ ସମସ୍ୟା । ଯାହାକୁ ନେଇ ଏବେ ନୂଆ ନିୟମ ଲାଗୁ କରିଛି ଜିଲ୍ଳା ପୋଲିସ ପ୍ରଶାସନ । ତେବେ ଆଜି ଶନିବାର ସକାଳ ୮ଟାରୁ ରାତ୍ର ସାଢେ ୧୦ଟା ପର୍ଯ୍ୟନ୍ତ ତିନି ଚକିଆରୁ ଉର୍ଦ୍ଧ ଗାଡି ପଶିବାକୁ ମନା କରି ଦିଆଯାଇଥିଲା । ଅପରପକ୍ଷେ ଷ୍ଟାଇଲ ବଜାର ସପିଙ୍ଗ ମଲର ସିକ୍ୟୁରିଟି ଗାର୍ଡମାନେ ଟ୍ରାଫିକ୍ ନିୟନ୍ତ୍ରଣ କରିବା ନେଇ ଏହି ରାସ୍ତାରେ ଅଟୋରିକ୍ସା,କାର ଆଦି ଗାଡିକୁ ଯିବା ଆସିବା ପାଇଁ ସିଧାସଳଖ ମନା କରୁଥିବା ଅଭିଯୋଗ କରିଛି ମା ମଝିଘରିଆଣୀ ଅଟୋସଂଘ । ଯାହା କି ଏହି ରାସ୍ତାରେ ଚଳାଚଳ କରୁଥିବା ଅଟୋରିକ୍ସା ଚାଳକମାନଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି । ରାୟଗଡ ସହରର ଭିଆଇପି ରୋଡ କୁହାଯାଉଥିବା ଏହି କପିଳାସ ରୋଡ ଦେଇ ସହରାଂଚଳ ପ୍ରାଥମିକ ଚିକିତ୍ସାଳୟ,ଉକô୍ଳମଣି ଗୈାରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (ୟୁଜିଏମଆଇଟି),ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ,ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର,ନ୍ୟିୁକଲୋନୀ ପ୍ରାଥମିକ ବିଦ୍ୟାଳୟ ସହ ଭାରତୀୟ ଷ୍ଟେଟ ବ୍ୟାଙ୍କର କୃଷି ଉନ୍ନୟନ ଶାଖା ଏଡିବି ବ୍ୟାଙ୍କ ଓ ଜଣେ ସ୍ତ୍ରୀ ରୋଗ ବିଶେଷଞଙ୍କ କ୍ଳିନିକ, ଡାଟାପ୍ରୋ କମ୍ପ୍ୟୁଟର ପ୍ରଶିକ୍ଷିଣ କେନ୍ଦ୍ର, ଯୋତା ଦୋକାନ, ଲୁଗା ଦୋକାନ, ବେକେରୀ, ଫଟୋ ଷ୍ଟୁଡିଓ, ଏସି ସୋ’ରୁମ, ମଦ ଦୋକାନ ସହ ଏକ ଟ୍ରାନ୍ସପୋର୍ଟ କାର୍ଯ୍ୟାଳୟ ମଧ୍ୟ ରହିଛି । ଏହି ରାସ୍ତା ଉପରେ ଛାତ୍ରଛାତ୍ରୀ, ବ୍ୟାଙ୍କ ଓ ବିଭିନ୍ନ ବ୍ୟବସାୟକୁ ଆସୁଥିବା ଗ୍ରାହକମାନେ ନିଜ ଏବଂ ଏହି ସାହିରେ ରହୁଥିବା ସାହି ବାସିନ୍ଦାମାନେ ସପିଙ୍ଗ ମଲ ଖୋଲିବା ଦିନ ଠାରୁ ଟ୍ରାଫିକ୍ ସମସ୍ୟା ବେଶୀ ଗୁରୁତର ହୋଇପଡିଛି । ତେବେ ଟ୍ରାଫିକ୍ ସମସ୍ୟାରେ ସୁଧାର ଆଣିବାକୁ ଯାଇ ପୋଲିସ ପ୍ରଶାସନ ହଠାତ୍ ଶନିବାର ଦିନ ଏହି ରାସ୍ତାରେ ତିନି ଚକିଆରୁ ଉର୍ଦ୍ଧ ଗାଡିକୁ ଯାତାୟାତ ପାଇଁ ସକାଳ ୮ଟାରୁ ରାତ୍ର ସାଢେ ୧୦ଟା ପର୍ଯ୍ୟନ୍ତ କଟକଣା ଲଗାଇ ଦେଇଥିଲେ । ତେବେ ଏହି ରାସ୍ତାକୁ ୱାନ-ୱେ କରିବା,୩ ଓ ୪ଚକିଆ ଯାନକୁ ପାର୍କିଂ ନ କରି କେବଳ ପାସିଂ କରିବା ,୪୦୭ ଭଳି ୮ଚକିଆରୁ ଉର୍ଦ୍ଧ ଗାଡିକୁ ରାତ୍ର ୧୦ଟାରୁ ସକାଳ ୮ଟା ମଧ୍ୟରେ ଚଳାଚଳ କରାଇବା ଏବଂ ସପିଙ୍ଗ ମଲ ନିଜ ପାର୍କିଂ ସ୍ଥାନରେ ପାର୍କିଂ ବୋର୍ଡ ଲଗାଇବା ବିଷୟକୁ ନେଇ କପିଳାସ ରୋଡର ବ୍ୟବସାୟୀ ଓ ଅଟୋସଂଘର ସଦସ୍ୟଙ୍କୁ ନେଇ ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶକ୍ରମେ ରାୟଗଡ ଥାନା ଅଧିକାରୀ ନିହାରରଂଜନ ପ୍ରଧାନଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇଥିଲା । ଏଥିରେ ଉପସ୍ଥିତ ସମସ୍ତେ ଆଲୋଚନା ବିଷୟକୁ ସହମତି ପ୍ରକାଶ କରିଥିବା ବେଳେ ଆଗାମୀ ଦିନରେ ଏହାର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ ଦିଆଯିବ ଏବଂ ଷ୍ଟାଇଲ ବଜାର ସପିଙ୍ଗ ମଲ’ର କୈାଣସି ପାର୍କିଂ ବ୍ୟବସ୍ଥା ନ ଥିବା ବେଳେ ବର୍ତମାନ ତା’ନିକଟରେ ଥିବା ଏକ ଖାଲିସ୍ଥାନକୁ ଭଡା ସୂତ୍ରରେ ନେଇ ସେଠାରେ ସେ ପାର୍କିଂ ବ୍ୟବସ୍ଥା କରିଥିବା ଯୋଗୁଁ ଆଉ ଆଗାମୀ ଦିନରେ ଟ୍ରାଫିକ୍ ସମସ୍ୟା ଉପୁୁଜିବ ନାହିଁ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.