ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ ଏକକ ସମ୍ପର୍କ ଅଭିଯାନ ର ଶୁଭାରମ୍ଭ ହୋଇ ଯାଇଛି । ସକାଳୁ ଏଇ ମାଟି ର ଇଷ୍ଟ ଦେବୀ ମା ଡୋକରୀ ଙ୍କ ମନ୍ଦିର ରେ ରାଜା ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ ଙ୍କ ଉପସ୍ଥିତି ରେ ରାଜ ପୂଜକ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ଆଜି ଯୁଗ ଯାତ୍ରୀ ସାହିତ୍ୟ ସଂସଦ ପରିସରରେ ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ ରାମପୁର ବିଡ଼ିଓ ଶରତ କୁମାର ସେଠୀ, ମ.ରାମପୁର ଥାନା ଅଧିକାରୀ ଚିତ୍ତରଞ୍ଜନ ପଧାନୀ , କଳାହାଣ୍ଡି ସାମ୍ବାଦିକ ୟୁନିଅନର ସଭାପତି କମ୍ବୁ ପାଣି ମିଶ୍ର, ସେବାଜଗତ ସମ୍ପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ଓକିଲ ସଂଘ ସଭାପତି ଜୟ କୁମାର ସିଂହ ଦେଓ, ଆଇନଜୀବି ଜିତେନ୍ଦ୍ର ମହାନ୍ତି,ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ସମେତ ସାହିତ୍ୟ,ସଂସ୍କୃତି ପ୍ରେମୀ ଙ୍କ ଉପସ୍ଥିତି ରେ ଅତିଥି ମାନେ ଅଭିଯାନ ର ସଫଳତା କାମନା କରି ସବୁଜ ପତାକା ଦେଖାଇ ଅଭିଯାନ ର ଶୁଭାରମ୍ଭ କରିଥିଲେ । ଏହି ଅଭିଯାନ ରେ ଓଡ଼ିଶା ର ତିରିଶ ଗୋଟି ଜିଲ୍ଲା ରେ ଥିବା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକୁ ସାରସ୍ଵତ ସମ୍ପର୍କ ର ଏକ ସୂତ୍ର ରେ ବାନ୍ଧିବା ର ପ୍ରୟାସ ତଥା ସାହିତ୍ୟ ଅନୁଷ୍ଠାନ ଗୁଡ଼ିକ ର ତଥ୍ୟ ସଂଗ୍ରହ ପୂର୍ବକ “ଓଡ଼ିଶାର ସାହିତ୍ୟ ଅନୁଷ୍ଠାନ: ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତିକୁ ଅବଦାନ” ଶୀର୍ଷକ ରେ ଏକ ପୁସ୍ତକ ପ୍ରକାଶ କରିବାର ଯୋଜନା ରହିଥିବା କହିଥିଲେ ଏକକ ଅଭିଯାତ୍ରୀ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ସମ୍ପାଦକ ହେମନ୍ତ ସାହୁ । ଏହି ଅଭିଯାନ ମ.ରାମପୁର ରୁ ବାହାରି କନ୍ଧମାଳ ଜିଲ୍ଲା ରୁ ଆରମ୍ଭ ହୋଇ ପ୍ରତିଦିନ ଗୋଟିଏ ଜିଲ୍ଲା ପରିଭ୍ରମଣ କରି କଳାହାଣ୍ଡି ରେ ମାର୍ଚ୍ଚ ମାସ ୧୮ ତାରିଖ ରେ ଶେଷ ହେବାର ଯୋଜନା ରହିଛି । ଏହି ଅଭିଯାନ ଟି ସମ୍ପାଦକ ନିଜ ଉଦ୍ୟମ ରେ କରିଥିବା ଜଣାପଡିଛି । ଶୁଭାରମ୍ଭ କାର୍ଯ୍ୟକ୍ରମ ପରିଚାଳନା ରେ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ଉପ ସଭାପତି ରାକେଶ କୁମାର ଶତପଥୀ, ସହ ସଂପାଦକ ପରମାନନ୍ଦ ବିଶୀ, ସାଂସ୍କୃତିକ ସମ୍ପାଦକ ପବନ ମହାଳିକ, କୋଷାଧ୍ୟକ୍ଷ ଉଦୟ ନାୟକ, ସଦସ୍ୟ ମାନସ ରଞ୍ଜନ ପ୍ରହରାଜ, ଉପଦେଷ୍ଟା ହୃଦାନନ୍ଦ ସାହୁ, ସୁରେନ୍ଦ୍ର ମହା ଖୁଡ, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ଉଦ୍ଧବ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.