ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢ଼ୀପଦର ସ୍ଥିତ ଦେବଗିରି ମଠରେ ମଙ୍ଗଳବାର ଦିନ ପାରମ୍ପରିକ ରିତିନିତି ଅନୁଯାୟୀ ଚଣ୍ଡୀ ପୂଜା ଅନୁଷ୍ଠିତ ହୋଇଯାଇଛି। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଏହି ପୂଜା କାର୍ଯ୍ୟ ପୁଝାରୀ ସନ୍ତୋଷ ପାଢ଼ୀ, ସେବାୟତ ତପିବର ଦାସ, ବିଭିଷଣ ଦାସ, ଟିକେ ଗଉଡ, ଧନେଶ୍ଵର ମାଝୀ, ପୂର୍ବା ଗଉଡ, ଧନେ ହେର୍ଣ୍ଣାଙ୍କ ଦ୍ବାରା ସମ୍ପାଦିତ ହୋଇଥିଲା। ମହାମାୟା ଚଣ୍ଡୀଙ୍କ ସମେତ ମଠର ରକ୍ଷାକର୍ତ୍ତୀ ଯୋଗୀନୀ ଓ ଶନିଦେବ ପୂଜା ପାଇଥିଲେ। ଟ୍ରଷ୍ଟ ବୋର୍ଡ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ବିଜୟ ଧଙ୍ଗଡ଼ାମାଝୀ, ବିଷ୍ଣୁ ଗଉଡ, ରଜନୀ ଗଉଡ, ସୁରେନ୍ଦ୍ର ମାଝୀ, ପ୍ରଦୀପ ଧଙ୍ଗଡାମାଝୀ, ଦେବ ଗଉଡ, ଶତ୍ରୁଘନ ଧଙ୍ଗଡାମାଝୀ, ଭରତ ଧଙ୍ଗଡାମାଝୀ, ଲୋକନାଥ ଗଉଡ ପ୍ରମୁଖ ସହଯୋଗ କରିଥିଲେ।





