ବୋଡେନ,୨୫/୮ : ନୂଆପଡା ଜିଲ୍ଲା ବୋଡେନ ଥାନାରେ ଥିବା ୨୧୬ ନଂ ସିଆରପିଏଫ ବାଟାଲିୟନ ମାନଙ୍କ ଦ୍ବାରା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି । ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ନିତି, ନନ୍ଦୋତ୍ସବ ସହ ଭଜନ କିର୍ତ୍ତନରେ ପୁରା ପରିବେଶ ଉତ୍ସବ ମୁଖବ ହୋଇ ଉଠିଥିଲା । ବରିଷ୍ଠ ପଦାଧିକାରୀ ଆର. ସେତୁଙ୍କ ନେତୃତ୍ବରେ ଏହି ଉତ୍ସବ ଚାଲିଥିବା ବେଳେ ୧୦୦୦ରୁ ଉର୍ଦ୍ଧ ପଥାଚାରୀଙ୍କୁ କ୍ଷୀରି ପୁରୀ ଖାଇବା ପାଇଁ ଦିଆ ଯାଇଥିଲା । ଏହି ଅଞ୍ଚଳର ସାଧାରଣ ଜନତାଙ୍କ ସହ ସୁସଂପର୍କ ବଜାୟ ରଖିବା ଲକ୍ଷ୍ୟ ନେଇ ସିଆରପିଏଫ ତରଫରୁ ପ୍ରତ୍ୟେକ ବର୍ଷ ଏହି ଉତ୍ସବର ଆୟୋଜନ ଓ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ ।
ବୋଡେନ ବ୍ଳକ ପ୍ରତିନିଧି ହିତେଶ କୁମାର ଅଦାଙ୍କ ରିପୋର୍ଟ odiabarta.in
Like us on Facebook👇
http://facebook.com/odiabarta