ପୁଣି ଦୂଷିତ ହେବାକୁ ଯାଉଛି ମା ମଝିଘରିଆଣୀ ମନ୍ଦିର ଚତୁଃପାର୍ଶ୍ବ ପରିବେଶ

  • ବନ୍ଦ ଥିବା ଡପିଂ ୟାର୍ଡକୁ ଅସ୍ଥାୟୀ ଭାବେ ଆରମ୍ଭ କରିଦେଇଛି ପୌର ପରିଷଦ 

  • ସପ୍ତାହ ଡେଇଁଲେ ନିଆଯିବ କାର୍ଯ୍ୟାନୁଷ୍ଠାନ : ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷ

ରାୟଗଡ,୨୪/୮: ପୁଣି ଦୂଷିତ ହେବାକୁ ଯାଉଛି ମା ମଝିଘରିଆଣୀ ମନ୍ଦିର ଚତୁଃପାର୍ଶ୍ବ ପରିବେଶ । ବନ୍ଦ ଥିବା ଅଳିଆ ଆର୍ବଜନାର ଡପିଂ ୟାର୍ଡକୁ ସପ୍ତାହ ପାଇଁ ଅସ୍ଥାୟୀ ଭାବେ କାମଚଳା ନୀତିରେ ଆରମ୍ଭ କରିଦେଇଛି ପୈାରସଂସ୍ଥା । ତେବେ ସପ୍ତାହରୁ ଅଧିକ ସମୟ ଯଦି ଏଠାରେ ପୈାରସଂସ୍ଥା ପକ୍ଷରୁ ପୁଣିଥରେ ଅଳିଆ ଆର୍ବଜନା ପକାଯାଏ ତାହାହେଲେ ଦର୍ଶାଳୁଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟିର ଅଧ୍ୟକ୍ଷ ରାଇସିଂ ବିଡିକା ପ୍ରକାଶ କରିଥିବା ବେଳେ ଗୁରୁମଗୁଡା ଠାରେ ଥିବା ଡପିଂ ୟାର୍ଡରେ ୱାର୍ଡବାସିନ୍ଦାଙ୍କ ପକ୍ଷରୁ ସେଠାରେ ଅଳିଆ ଆର୍ବଜନା ନ ପକାଇବା ପାଇଁ ବିରୋଧ କରାଯାଇ ଥିବାରୁ ଏହାର ସମାଧାନ ନିମିତ ଆଲୋଚନା ଜାରି ରହିଥିବା ହେତୁ ଅସ୍ଥାୟୀ ଭାବେ ମନ୍ଦିର ଠାରେ ବନ୍ଦ ହୋଇଥିବା ପୁରୁଣା ଡପିଙ୍ଗ୍ ୟାର୍ଡରେ ସପ୍ତାହକ ପାଇଁ ମନ୍ଦିର ଟ୍ରଷ୍ଟି ଅଧ୍ୟକ୍ଷଙ୍କ ସହ କଥାବାର୍ତା ହୋଇ ପକାଯାଉଥିବା ପୈାରସଂସ୍ଥାର ପରିମଳ ନିରୀକ୍ଷକ ଆଇ.ବାଲାରାଜୁ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି ରାୟଗଡ ସହରରେ ରହିଥିବା ୨୪ଗୋଟି ୱାର୍ଡ ପାଇଁ ପୈାରା ପାଳିକା ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସହରରୁ ଦୈନକ ବାହାରୁଥିବା ଟନ ଟନ୍ ଶୁଖିଲା ଓ ଓଦା ବର୍ଜ୍ୟବସ୍ତୁ ଫିଙ୍ଗିବା ପାଇଁ ପ୍ରଥମେ ରିଙ୍ଗ ରୋଡ ଠାରୁ ମା ମଝିଘରିଆଣୀ ମନ୍ଦିର ଯିବା ରାସ୍ତାର ପାଶ୍ୱର୍ରେ ପକାଯାଇ ସେଠାରେ ଡପିଙ୍ଗ ୟାର୍ଡ କରାଯାଇଥିଲା । ତେବେ ଏହି ଡପିଙ୍ଗ୍ ୟାର୍ଡ ଯୋଗୁଁ ସ୍ଥାନୀୟ ଅଂଚଳର ଜଳବାୟୁ ଓ ପରିବେଶ ଦୂଷିତ ହେବା ସହ ରାୟଗଡ ସହରର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀ ମନ୍ଦିର ଚର୍ତୁପାଶ୍ୱର୍ରେ ପୂତମୟ ଦୁର୍ଗନ୍ଧର ପରିବେଶ ସୃଷ୍ଟି ହେଉଥିଲା । ଯାହାର ଦୁର୍ଗନ୍ଧରେ ଫାଟି ପଡୁଥିଲା ଅଂଚଳ । ବାହାର ରାଜ୍ୟରୁ ମନ୍ଦିର ପରିଦର୍ଶନରେ ଆସୁଥିବା ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଅଳିଆ ଆର୍ବଜନାର ଦୁର୍ଗନ୍ଧ ଯୋଗୁଁ ଦ୍ୱିତୀୟ ଥର ଆଉ ମନ୍ଦିରକୁ ଆସିବା ବନ୍ଦ କରି ଦେଇଥିଲେ ଯାହାଫଳରେ ମନ୍ଦିରରେ ପର୍ଯ୍ୟଟକଙ୍କ ଅଭାବ ଦେଖାଦେଇଥିଲା ।

ସହରର ବୁଦ୍ଧିଜୀବିଙ୍କ ସମେତ ଅନ୍ୟ ସଂଗଠନଗୁଡିକ ପକ୍ଷରୁ ଉକ୍ତ ସ୍ଥାନରେ ଡପିଙ୍ଗ ୟାର୍ଡ ବନ୍ଦ କରିବା ପାଇଁ ପୈାରସଂସ୍ଥା କର୍ତୁପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା । ତେବେ ଏହାକୁ ପୈାରସଂସ୍ଥା କର୍ତୁପକ୍ଷ ଗୁରୁତ୍ୱ ନ ଦେବାରୁ ମନ୍ଦିର ପରିଚାଳନା ଟ୍ରଷ୍ଟି ପକ୍ଷରୁ ରାୟଗଡ ପୈାରସଂସ୍ଥାକୁ ଲିଖିତ ଭାବେ ଅବଗତ କରାଯିବାରୁ ଦୀର୍ଘ ୬ମାସରୁ ଉର୍ଦ୍ଧ ସମୟ ହେବ ସେଠାରେ ପୈାରସଂସ୍ଥା ପକ୍ଷରୁ ହିଁ ଏକ ସୂଚନା ଫଳକ ଲଗାଯାଇ ସେଠାରେ ଅଳିଆ ଆର୍ବଜନା ପକାଯିବା ପାଇଁ ମନା କରିଦିଆଯାଇଥିଲା । ମନ୍ଦିର ନିକଟରେ ଡପିଙ୍ଗ ୟାର୍ଡ ବନ୍ଦ ହେବା ପରେ ପ୍ରଶାସନ ତରଫରୁ ପୈାରାଂଚଳର ୱାର୍ଡ ନମ୍ବର ୧ ଅଧୀନ ଗୁରୁମଗୁଡା ରାସ୍ତାରେ ଏକ ଖାଲି ସ୍ଥାନରେ ନୂତନ ଭାବେ ଡପିଙ୍ଗ ୟାର୍ଡ ଆରମ୍ଭ କରାଯାଇଥିଲା । ଏଠାରେ ଖୋଲାମେଲାରେ ଡପିଙ୍ଗ ୟାର୍ଡରେ ପକାଯାଉଥିବା ବର୍ଜ୍ୟବସ୍ତୁ ଓ ମୃତକ ଗାଇ,କୁକୁର,ଘୁଷୁରି ଆଦି ଗୃହପାଳିତ ପଶୁର ମୃତ ଦେହକୁ ଫିଙ୍ଗା ଯାଉଥିବାରୁ ଗ୍ରାମବାସୀ ଅସ୍ୱାସ୍ଥ୍ୟକର ପରିବେଶରେ ରହିବା ଯୋଗୁଁ ଏହାକୁ ଦୃୃଢ ବିରୋଧ କରିଆସୁଥିଲେ । ତେବେ ଗତ ଶୁକ୍ରବାର ଦିନ ଏହାକୁ ଘୋର ବିରୋଧ କରି କିଛି ଯୁବ ସଂଗଠନ ଓ ଗୁରୁମଗୁଡା ବାସିନ୍ଦା ପକ୍ଷରୁ ସେଠାରେ ଅଳିଆ ଆର୍ବଜନା ପକାଇବାକୁ ମନା କରାଯାଇଥିଲା । ତେବେ ପୈାରସଂସ୍ଥା ନିଜ ନିୟମକୁ ନିଜେ ଉଂଲଘନ କରି ପୁଣି ଥରେ ବନ୍ଦ ହୋଇଯାଇଥିବା ଡପିଙ୍ଗ୍ ୟାର୍ଡରେ ଆରମ୍ଭ କରିଛି ବର୍ଜ୍ୟବସ୍ତୁ ପକାଇବା । ତେବେ ଏଠାରେ ପ୍ରଶ୍ନ ଉଠେ ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ପାଇଁ କୈାଣସି ପଦକ୍ଷେପ ନ ନେଇ ଏଣେତେଣେ ଫିଙ୍ଗି ଦେବା ସହରବାସୀଙ୍କୁ ଡେଙ୍ଗୁ,ମ୍ୟାଲେରିଆ ଓ ଭୂତାଣୁଜନୀତ ରୋଗର ଭେଟି ଦେଉନାହିଁତ । ଅପରପକ୍ଷେ ପୈାରସଂସ୍ଥା ନିର୍ବାହୀ ଅଧିକାରୀଙ୍କ ଚିରାଚରିତ ବୟାନ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ନେଇ ମାଇକ୍ରୋ କମ୍ପୋସଟିଙ୍ଗ୍ ସେଂଟର ନିର୍ମାଣ ଯୋଜନା କରିବା ହୁଏ’ତ ଯୋଜନାରେ ହିଁ ସୀମିତ ହୋଇ ରହିଯାଉଛି । ଯାହା ସହରବାସୀଙ୍କ ମନରେ ସନ୍ଦେହ ସୃଷ୍ଟି କରୁଛି ।

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

Click below to get latest News & Views alert on your mobile

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.