ଜିଲ୍ଳା ମଙ୍ଗଳ ଅଧିକାରୀଙ୍କ ୭ଦିନର ଦରମା ବନ୍ଦ କଲେ ଜିଲ୍ଳାପାଳ

ରାୟଗଡ,୨୪/୮: ରାୟଗଡ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କ ଚଳିତ ମାସର ୯ତାରିଖରୁ ୧୬ତାରିଖ ପର୍ଯ୍ୟନ୍ତ ସପ୍ତାହଟିର ଦରମା ବନ୍ଦ କରି ଦେଇଛନ୍ତି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା । ଏ ନେଇ ମିଳିଥିବା ସୂଚନା ପ୍ରକାରେ ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳ ଜିଲ୍ଳାପାଳଙ୍କ ବିନା ଅନୁମତିରେ ନିଜ କାର୍ଯ୍ୟରେ ଯୋଗ ନ ଦେଇ କାର୍ଯ୍ୟାଳୟରେ ଉପସ୍ଥିତ ରହୁ ନ ଥିବାରୁ ତାଙ୍କ ଦରମା ବନ୍ଦ କରି ଦିଆଯାଇଛି ବୋଲି ଜଣାପଡିଛି । ବିଶେଷ କରି ସ୍ୱାଧୀନତା ଦିବସ ଅଗଷ୍ଟ ୧୫ତାରିଖରେ ଅଧିକାଂଶ ଜିଲ୍ଳା ଉଚ୍ଚ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ଶ୍ରୀ ବିଶ୍ୱାଳ ଅନୁପସ୍ଥିତ ରହିଥିଲେ । ତେବେ ଦରମା ବନ୍ଦ କରି ଦିଆଯାଇଥିବା ନେଇ ଜିଲ୍ଳାପାଳ ଶ୍ରୀ ବେହେରାଙ୍କୁ ଏ ବିଷୟରେ ପଚାରିବାରୁ ଶ୍ରୀ ବିଶ୍ୱାଳ ବିନା ଅନୁମତିରେ ଛୁଟିରେ ରହିଥିବାରୁ ତାଙ୍କ ଦରମା ବନ୍ଦ କରି ଦିଆଯାଇଛି ଏବଂ ସେ ନିଜ ତରଫରୁ ଏହାର ଲିଖିତ କାରଣ ଜଣାଇବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିବା ବେଳେ ମୋ ଦେହ ଅସୁସ୍ଥତା ଯୋଗୁଁ ମୁଁ ଛୁଟିରେ ରହିଥିଲି ଏବଂ ଏ ନେଇ ପୂର୍ବରୁ ପ୍ରଶାସନକୁ ଅବଗତ କରିଛି ବୋଲି ଜିଲ୍ଳା ମଙ୍ଗଳ ଅଧିକାରୀ ଶ୍ରୀ ବିଶ୍ୱାଳ ପ୍ରକାଶ କରିଛନ୍ତି ।

ରାୟଗଡ଼ରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

For latest News & Views alert, click on bell button and subscribe to notifications 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.