ଜୁନାଗଡ,୨୫/୮(ରାକେଶ ବେମାଲ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଜାରିଙ୍ଗ ନିକଟସ୍ଥ ଏନଏଚ ୨୬ରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ସାତରୁ ଆଠଟା ସମୟ ମଧ୍ୟରେ ଏକ ମର୍ମନ୍ତୁଦ ଦୂର୍ଘଟଣା ଘଟିଛି । ପ୍ରାପ୍ତ ସୂଚନାରୁ ପ୍ରକାଶଯେ, ରାସ୍ତା ଉପରେ ଠିଆ ହୋଇ ଥିବା ଟ୍ରକକୁ ଭବାନିପାଟଣା ପଟୁ ଆସୁଥିବା ବାଇକ ଆରୋହି ଧକ୍କା ଦେଇଥିଲେ । ସେହି ବାଇକରେ ଗୁଞ୍ଜଗୁଡା ଗ୍ରାମର କ୍ଷୀରସିନ୍ଧୁ ମାଝି ଓ ଗଙ୍ଗାଧର ନାଗ ଥିଲେ । ଟ୍ରକକୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଜୁନାଗଡ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ସମୟରେ ମୃତ୍ୟୁ ମୁଖରେ ପଡିଛନ୍ତି ।
For latest news & updates, click on bell button and subscribe to notifications.