ଘଣ୍ଟମାଳ ୨୪ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୁତି ପଡିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଗ୍ରାମ ରେ ଦୀର୍ଘ ତିନିଦିନ ଧରି ଚାଲି ଆସୁଥିବା ୨୪ ପ୍ରହର ନାମଯଜ୍ଞର ଆଜି ସକଳ ୭ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ପଡିଛି। ରବିବାର ରାତିରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା। ଗାହକ ଓ ବାହକ ମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ ଦର୍ଶକଙ୍କୁ ବେଶ ମନୋରଂଜନ ର ଖୋରାକ ଯୋଗାଇଥିଲା। ଭୋର ୪ ଟା ଯାଏଁ ଦର୍ଶକ ସଙ୍କୀର୍ତ୍ତନ କୁ ମନଭରି ଉପଭୋଗ କରିଥିଲେ। ବିଶିଷ୍ଟ ସଙ୍କୀର୍ତ୍ତନ ଗାୟକ ଗାୟିକା ଓ ଗୁରୁ ମାନଙ୍କୁ ଇତ୍ୟବସରରେ ମଞ୍ଚରେ ମାନପତ୍ର ଓ ଉପଢ଼ୌକନ ଦେଇ କମିଟି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଘଣ୍ଟମାଳ ୨୪ ପ୍ରହର ନାମଯଜ୍ଞ କମିଟିର ସଭାପତି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଦାଇତ୍ୱ ନିର୍ବାହନ କରିଥିଲେ।କାର୍ଯ୍ୟକାରୀ ସଭାପତି ଦାଇତ୍ୱରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା। ସଂପାଦକ ଭାବରେ ନର୍ଲା ସମିତି ସଦସ୍ୟ ସଂଘର ସଭାପତି ତଥା ଶାନ୍ତପୁର ସମିତି ସଦସ୍ୟ ଜୟ ମେହେର ଦାୟୀତ୍ବ ନିର୍ବାହନ କରିଥିଲେ। ଚଳିତ ବର୍ଷ ଦ୍ଵିତୀୟ ବର୍ଷ ରେ ୨୪ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ସୋମବାର ସକାଳ ୭ ଘଣ୍ଟା ସମୟରେ ନାମ ଛାଡିବା ପରେ ପୂର୍ଣ୍ଣାହୁତି ହୋମ ଅନୁଷ୍ଠିତ ହୋଇଥିଲା। ଏହାପରେ ଦଧିହାଣ୍ଡି ନଗର ପରିକ୍ରମା ଓ ଭଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ତିନିଦିନ ଧରି ଅଖଣ୍ଡ ନାମ ଯଜ୍ଞ ସାଙ୍ଗକୁ ପ୍ରତ୍ୟହ ଏଠାରେ ମଧ୍ୟାହ୍ନ ଓ ରାତିରେ ଅନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲ।।ନାମଯଜ୍ଞ ର କର୍ତ୍ତା ଭାବରେ ଶାନ୍ତିଲତା ପଧାନ ଓ ସୁଦାମ ପଧାନ ଦମ୍ପତି ଏବଂ ଜ୍ୟୋତ୍ସ୍ନା ଗୌଡ ଓ ଯୁଧିଷ୍ଠିର ଗୌଡ ଦମ୍ପତି ଦାୟୀତ୍ୱ ନିର୍ବାହନ କରିଥିଲେ।ମୁଖ୍ୟ ପୂଜକ ଭାବରେ ପଣ୍ଡିତ ରଞ୍ଜିତ ପାଢୀ ଜପକ ଭାବରେ ଯେମନ୍ତ ଯୋଷୀ ସହଯୋଗୀ ଭାବରେ ଦେବଦତ୍ତ ମିଶ୍ର, ଦଧିବାମନ ପାଢୀ ଓ ସମ୍ବିତା ମହାପାତ୍ର ପୂଜନ କାର୍ଯ୍ୟ ନିର୍ବାହନ କରିଥିଲେ। କମିଟିର ବରିଷ୍ଠ ସଦସ୍ୟ ବୈବସୁତ ପଧାନ, ମନୋଜ ସା, ଜଗୁଲାଲ ସା, ପ୍ରଶାନ୍ତ ସା, ବିକ୍ରମ ସା, ଗୌରାଙ୍ଗ ମାଝୀ, କୌଶିକ ଗୌଡ଼, ବାବୁଲା ଗୌଡ, ସୁବାଷ ସା, କୁଞ୍ଜବିହାରୀ ସା, ଧନୁର୍ଯ୍ୟ ଗହୀର, ଜୀବନ ମୁଣ୍ଡା, ମହେଶ ପଧାନ, ରତନ ବିଶ୍ବାଳ, ଉତ୍ତମ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏତେବଡ ନାମଯଜ୍ଞ ଶୃଙ୍ଖଳିତ ଭାବରେ ଅନୁଷ୍ଠିତ ହୋଇଥିବାରୁ କାର୍ଯ୍ୟକାରୀ ସଭାପତି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ପରିଚାଳନା କମିଟିର ସମସ୍ତ ସଦସ୍ୟ, ଗ୍ରାମବାସୀ, ସହଯୋଗୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.