ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ପଞ୍ଚାୟତସ୍ଥିତ ଡୁମେରମୁଣ୍ଡା ଗାଁରେ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ଓ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଭବ୍ୟ କାର୍ଯ୍ୟକ୍ରମରେ ହୋମ ଯଜ୍ଞ ସହ ପ୍ରହରୀ ମଣ୍ଡପ ପ୍ରତିଷ୍ଠା ସହ ପ୍ରହରୀ ମଣ୍ଡପ ପ୍ରବେଶ ଓ ରତ୍ନମୁଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ପ୍ରବେଶ ସହ ଦର୍ଶନ ଓ ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ ରତ୍ନମୁଦ କାର୍ଯ୍ୟକ୍ରମରେ ଶସ୍ୟ, ସୁନା, ରୁପା, ଅଳଙ୍କାର, ଫୁଲ, ଚନ୍ଦନ ସହ ମୂଲ୍ୟବାନ ସାମଗ୍ରୀ ଭକ୍ତଙ୍କ ଦ୍ୱାରା ଦାନ କରାଯାଇଥିବା ସମସ୍ତ ଦାନ ସାମଗ୍ରୀକୁ ରତ୍ନମୁଦ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଏଥିରେ କର୍ତ୍ତା ଭାବେ
ଲିଙ୍ଗରାଜ ସାହୁ ଓ ତାଙ୍କ ଧର୍ମପତ୍ନୀ ଲିପସା ସାହୁ ଦାଇତ୍ୱ ତୁଲାଉଥିବା ବେଳେ ମୁଖ୍ୟ ପୂଜକ ଭାବେ କୈଳାସ ଚନ୍ଦ୍ର ଦାସ ପୂଜା ଦାଇତ୍ୱ ଓ ରତ୍ନମୁଦ ସ୍ଥାପନ କାର୍ଯ୍ୟକ୍ରମକୁ ମହାରଣା ଦେବରାଜ ଖଟେଇ ଦାୟିତ୍ଵ ନିର୍ବାହ କରିଥିଲେ। ପ୍ରହରୀ ମଣ୍ଡପ କମିଟି ସଭାପତି ମକାରୁ ବେହେରା, ଉପସଭାପତି ଗୋକୁଳ ସାହୁ, କୋଷାଧ୍ୟକ୍ଷ ନରେନ୍ଦ୍ର ସାହୁ, ପ୍ରତ୍ୟେକ୍ଷ ତତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ସଭ୍ୟ ରିଙ୍କୁ ସାହୁ,ଜକସନ ସାହୁ,ହମିତ ସାହୁ, ସତ୍ୟବ୍ରତ ସାହୁ, ବିଶେଶ୍ୱର ସାହୁ,ବିନୟ ସାହୁ, ଧର୍ମେନ୍ଦ୍ର ସାହୁଙ୍କ ସମେତ ସମସ୍ତ ଡୁମେରମୁଣ୍ଡା ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଗ୍ରାମବାସୀଙ୍କ ଉଦ୍ୟମରେ ସମସ୍ତ ଭକ୍ତବୃନ୍ଦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିବା ବେଳେ ଭଜନ କୀର୍ତ୍ତନରେ ଉକ୍ତ ପରିସର ଭକ୍ତିମୟ ହୋଇଥିଲା।




