କଟକରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ

ଓଡ଼ିଶାରେ ଶିଶୁ ବିଶ୍ଵବିଦ୍ୟାଳୟ ଗଠନ ପାଇଁ ଶିକ୍ଷାବିତଙ୍କ ପରାମର୍ଶ

ଓଡ଼ିଶାରେ ଦୁଇ ବର୍ଷ ଭିତରେ ବୈଦେଶିକ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଉପରେ ଗୁରୁତ୍ବ

ବିଶ୍ଵବିଦ୍ୟାଳୟରେ ଅନଲାଇନ୍ ମାଧ୍ୟମରେ ପି.ଏଚ.ଡି କରିବା ପାଇଁ ନିୟମ ପ୍ରଣୟନ

ଶିକ୍ଷାବିତ୍ ମାନଙ୍କ ପାଇଁ ଡି.ସି.ସି ଗଠନ ପାଇଁ ଗୁରୁତ୍ବ

ଓଡ଼ିଆ ବାର୍ତ୍ତା/ କଟକ: କୈବଲ୍ୟ ସାହିତ୍ୟ ସଂସଦ ଆନୁକୁଲ୍ୟରେ ଜାତୀୟ ଶିକ୍ଷାନୀତି ସମୀକ୍ଷା ସମ୍ମିଳନୀ ୨୦୨୬ କଟକ ସାରଳା ଭବନରେ ଆୟୋଜିତ ହୋଇ ଯାଇଛି । ଉକ୍ତ ଅବସରରେ ଶତାଧିକ ଶିକ୍ଷକ, ଅଧ୍ୟାପକ, ଅଧ୍ୟକ୍ଷ ଏବଂ ପ୍ରଫେସର ମାନଙ୍କୁ ନିୟମ ଅନୁସାରେ ଚୟନ କରାଯାଇ ଗୋପବନ୍ଧୁ ଶିକ୍ଷାରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ସମସ୍ତେ ବିଶିଷ୍ଟ ଶିକ୍ଷାବିତ୍ ଗୋପବନ୍ଧୁ ବିଶ୍ଵାଳଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆନୁଷ୍ଠାନିକ ଭାବେ କଟକର ମେୟର ସୁବାସ ସିଂହ ଉଦ୍ ଘାଟନ କରି ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତି ବିଭିନ୍ନ ଧାରା କୁ ବ୍ୟାଖ୍ୟା କରିଥିଲେ । ମୁଖ୍ୟ ଅତିଥି ପରମହଂସ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ଵତୀ ମହାରାଜ ଆଧ୍ୟାତ୍ମିକ ଶିକ୍ଷା ଛାତ୍ର ସମାଜକୁ ମାର୍ଜିତ ଏବଂ ଶୃଙ୍ଖଳିତ କରି ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅସୀମ ଅମିତାଭ ଦାଶ, ପ୍ରଫେସର ବନ ବିହାରୀ ମିଶ୍ର ଏବଂ ଲଲାଟେନ୍ଦୁ ବଡୁ ଯୋଗଦାନ କରି କୈବଲ୍ୟ ସାହିତ୍ୟ ସଂସଦ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ଏକବିଂଶ ଶତାବ୍ଦୀ ରେ ଗବେଷଣାତ୍ମକ ଶିକ୍ଷାର ଗୁରୁତ୍ୱ ବୃଦ୍ଧି ପାଇଛି । ଶିକ୍ଷାବିତ୍ ମାନଙ୍କ ବିକଶିତ ରାଷ୍ଟ୍ର ଗଠନ ପାଇଁ ଦାୟିତ୍ୱବୋଧ ବହୁଗୁଣିତ ହୋଇଛି । ଉକ୍ତ ଅବସରରେ ଚାରୋଟି ସମ୍ପାନରେ “ବିକଶିତ ରାଷ୍ଟ୍ର ଗଠନରେ ଜାତୀୟ ଶିକ୍ଷାନୀତିର ସମସ୍ତ ଧାରା ପ୍ରୟୋଗ ଆବଶ୍ୟକ ।” ଶୀର୍ଷକ ବିଷୟରେ ଆଲୋଚନା ସଂଚଳିକା ସାମ୍ବାଦିକା ସୋନାଲି ତ୍ରିପାଠୀ କରିଥିଲେ । ସତ୍ୟ ସନାତନ ବୈଦିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବେଦ ପାଠ ଏବଂ ଗୀତା ପାଠ କରିଥିଲେ । ନୃତ୍ୟାଙ୍ଗନା ଅନୁଷ୍ଠାନର କଳାକାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଅନୁଷ୍ଠାନର ବାର୍ଷିକ ପତ୍ରିକା ” ଇତିହାସ ଆଇନା ” ଏବଂ କବୟିତ୍ରୀ ସୌଭାଗିନି ନନ୍ଦଙ୍କ କବିତା ପୁସ୍ତକ ” କବିତା ସୁରଭି ” ଉନ୍ମୋଚିତ ହୋଇଥିଲା । ଭାଗ୍ୟଶ୍ରୀ ସାହୁ ଉପସ୍ଥାପିକା ଦାୟିତ୍ଵ ଗ୍ରହଣ କରିଥିଲେ । ଆଲୋଚକ ଭାବେ ପ୍ରଫେସର ଡ଼କ୍ଟର କୁମରବର ଦାସ, ଡକ୍ଟର (ଇଂ) ସଞ୍ଜୟ କୁମାର ପଣ୍ଡା, ଡ଼କ୍ଟର ନଳିନୀ ପ୍ରଭା ମହାପାତ୍ର, ଡ଼କ୍ଟର ଚିନ୍ମୟୀ ମହାପାତ୍ର, ପ୍ରଫେସର ବନ ବିହାରୀ ମିଶ୍ର, ଡ଼କ୍ଟର ଅଟଳ ବିହାରୀ ପଣ୍ଡା, ଡ଼କ୍ଟର ଭାଗବତ ଶୁକ୍ଳା, ପ୍ରଫେସର ଡ଼କ୍ଟର ଗୌତମ ଜେନା, ପ୍ରଫେସର ଡ଼କ୍ଟର ଲବଂଗଲତା ବିଶୋଇ, ଡ଼କ୍ଟର ହିମାଂଶୁ ଶେଖର ଖଟୁଆ, ଡ଼କ୍ଟର ସନ୍ତୋଷ ମହାପାତ୍ର, ପ୍ରଫେସର ଡ଼କ୍ଟର ଅଦ୍ଵୈତ ଚରଣ ଧଳ, ଡ଼କ୍ଟର କବିତା ମିଶ୍ର, ଡ଼କ୍ଟର ଲକ୍ଷ୍ମୀ ପ୍ରିୟା ବେହେରା, ଡ଼କ୍ଟର ଜୟନ୍ତୀ ସିଂହ, ଡ଼କ୍ଟର ମନୋରଞ୍ଜନ ବେଉରା ଯୋଗଦାନ କରିଥିଲେ । ଶିକ୍ଷାବିତ୍ ଡ଼କ୍ଟର ମନ୍ଦାକିନୀ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.