୧୪ ଏପ୍ରିଲରେ ନୂଆ ରୂପରେଖ ପାଇବେ ବାବା ସାହେବଙ୍କ ପ୍ରତିମୂର୍ତ୍ତି

ଓଡ଼ିଆ ବାର୍ତ୍ତା/ ବିଷମକଟକ (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ବିଷମକଟକ ସ୍ଥିତ ନୂତନ ବସ ଷ୍ଟାଣ୍ଡ ଳଠାରେ ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିର ରକ୍ଷଣା ବେକ୍ଷଣ, ସୌନ୍ଦର୍ଯ୍ୟ କରଣ ଆଦି ପାଇଁ ଆଜି ନିଜ ପାଣ୍ଠି ରୁ ଅନୁଦାନ ପ୍ରଦାନ କରିଛନ୍ତି ବିଷମକଟକ ବ୍ଲକ ଅଧକ୍ଷା ଯଶୋଦା ହୁଇକା ଏବଂ ଉପାଧକ୍ଷ ଦେବୀ ପ୍ରସାଦ ପଟନାୟକ I ଉଭୟ ବିଜେଡି ନେତା ମାନେ ନିଜ ପାଣ୍ଠିରୁ ଅନୁଦାନ ସ୍ୱରୂପ ଏହି ପଦକ୍ଷେପ ନେଇଥିବା ରାୟଗଡା ବହୁଜନ ସମାଜ ପାର୍ଟି ପ୍ରଭାରୀ ରାମଦାସ ଟାକ୍ରୀ ସୂଚନା ଦେଇଛନ୍ତି I ମୂର୍ତ୍ତି ସ୍ଥାପନା ଦିନ ଠାରୁ ଏହାର ଉନ୍ନତିକାରଣ ନିମନ୍ତେ ବିଭିନ୍ନ ରାଜନୈତିକ ଦଳ ର ଦୃଷ୍ଟି ଆକର୍ଷଣ କରାଯାଇଥିଲା I ଅନେକ ନେତା ପ୍ରତିନିଧି ଏଥି ପାଇଁ ପ୍ରତିଶୃତି ମଧ୍ୟ ଦେଇଥିଲେ ହେଲେ ନିବେଦନ କରିବା ମାତ୍ରେ ସହଯୋଗ ର ହାତ ବଢ଼ାଇଥିବା ହେତୁ ଉପାଧ୍ୟକ୍ଷଙ୍କ ପ୍ରତି ଆଭାର ବ୍ୟକ୍ତ କରିଛନ୍ତି ଜିଲ୍ଲା ବସପା ପ୍ରଭାରୀ ରାମଦାସ ଟାକ୍ରୀ I ପ୍ରକାଶ ଥାଉ କି ବିଷମକଟକ ଡମ ସମାଜର ଏକ ପ୍ରତିନିଧି ଦଳ ନୂତନ ବର୍ଷର ଶୁଭେଚ୍ଛା ଜଣେଇବା ଅବସରରେ ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟନାୟକଙ୍କୁ ଏକ ସୌଜନ୍ୟ ମୂଳକ ସାକ୍ଷାତ କରି ଅଞ୍ଚଳର ସମସ୍ୟା ବିଷୟରେ ଆଲୋଚନା କରିଥିଲେ I ଏହି ଅବସରରେ ପ୍ରତିନିଧି ମଣ୍ଡଳ ବାବା ସାହେବଙ୍କ ପ୍ରତିମୂର୍ତ୍ତି ସ୍ଥିତ ସ୍ଥାନର ଉନ୍ନତି ସକାଶେ ଉପାଧ୍ୟକ୍ଷଙ୍କ ସହଯୋଗ ପାଇଁ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥିଲେ I ତେଵେ ଆଜି ଉପାଧକ୍ଷଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଉକ୍ତ ସ୍ଥାନ ପରିଦର୍ଶନ କରି ରକ୍ଷଣା ବେକ୍ଷଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ବହୁଜନ ସମାଜ ସହ ଆଲୋଚନା କରିଥିବା ଜଣାପଡିଛି I ପ୍ରଥମ ପର୍ଯ୍ୟାୟରେ ତିନି ଲକ୍ଷ ଟଙ୍କାରେ ଉନ୍ନତିକରଣ କାମ ଆରମ୍ଭ କରାଯିବା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଦ୍ଵିତୀୟ ପର୍ଯ୍ୟାୟରେ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଉପଲବ୍ଧ କରାଯିବ ବୋଲି ବିଷମକଟକ ବ୍ଲକ ଉପାଧକ୍ଷ ତଥା ବିଜେଡିର ବରିଷ୍ଠ ନେତା ଦେବୀ ପଟନାୟକ ସୂଚନା ଦେଇଛନ୍ତି I ୧୪ ଏପ୍ରିଲରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଥିବାରୁ ଏହି କାର୍ଯ୍ୟକୁ ଶୀଘ୍ର ସାରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିବା ଜଣା ପଡିଛି I ତେବେ ଉପାଧକ୍ଷଙ୍କ ଏହି ପଦକ୍ଷେପ ପାଇଁ ବହୁଜନ ସମାଜ ପାର୍ଟି ରାଜ୍ୟ ପ୍ରଭାରୀ ଜିତୁ ଜାକେସିକା, ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ଟାକ୍ରୀ, ଜିଲ୍ଲା ପ୍ରଭାରୀ ରାମଦାସ ଟାକ୍ରୀ ସମେତ ବହୁଜନ ସମାଜ ପାର୍ଟି ବିଷମକଟକ ଡମ ସମାଜ, ଜିଲ୍ଲା ଡମ ସମାଜ ଓ ସମସ୍ତ ଆମ୍ବେଦକର ପ୍ରେମୀ ପ୍ରମୁଖ କୃତଜ୍ଞତା ଜ୍ଞାପନ କରିଛନ୍ତି I

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.