ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ ରେଗଡା ପଞ୍ଚାୟତ ଅଧିନସ୍ଥ ଭୋଇରମୁଣ୍ଡା ଗ୍ରାମ ଠାରେ ଗତ ତା ୨୬.୦୨.୨୦୨୬ ରିଖ ଗୁରୁବାର ଦିନ ଠାରୁ ମଣ୍ଡପ ପ୍ରତିଷ୍ଠା କରିବା ସହିତ ନାମ ଯଜ୍ଞ କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ହୋଇ ୯ତମ ଷୋହଳ ପ୍ରହରୀ ନାମଯଜ୍ଞ ପରିଚାଳନା କମିଟି ର ସଭାପତି ଖୁସିରାମ ଓ ସମ୍ପାଦକ ଅଶୋକ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ଧରି ଅଖଣ୍ଡ ନାମ ଯଜ୍ଞ ଚାଲିବା ପରେ ତା ୦୨.୦୩.୨୦୨୬ ରିଖ ସୋମବାର ଦିନ ଏହାର ପୂର୍ଣ୍ଣାହୁତି ହୋଇଛି। ଉକ୍ତ ନାମଯଜ୍ଞ ରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୨ ଗୋଟି ସଂକୀର୍ତ୍ତନ ଦଳ ଏଥିରେ ଅଂଶ ଗ୍ରହଣ କରିଥିଲେ। ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ସାମଗମ ଦେଖିବାକୁ ମିଳିଥିଲା ।ସମସ୍ତ ଭକ୍ତ ମାନଙ୍କ ପାଇଁ ୨୪ ଘଣ୍ଟିଆ ଅର୍ଣ୍ଣ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା । ମୁଖ୍ୟ ପୁରୋହିତ ପଣ୍ତିତ ପ୍ରଭାତ କୁମାର ଦାସ ପୂଜନ କାର୍ଯ୍ୟ ପରିଚାଳନା କରିଥିବା ବେଳେ, ରାଧେଶ୍ୟାମ ତ୍ରିପାଠୀ ଜପକ ଭାବରେ ରହିଥିଲେ। ମଣ୍ଡପ ପ୍ରତିଷ୍ଠା କର୍ତ୍ତା ଭାବରେ ଜାନକୀ ସାହୁ ମାଳତୀ ସାହୁ, ଖୁସିରାମ ସାହୁ ଏବଂ ନାମଯଜ୍ଞ କର୍ତ୍ତା ଭାବରେ କକେୟା ସାହୁ ଓ ଘନଶ୍ୟାମ ସାହୁ ଦାୟୀତ୍ୱ ସମ୍ପାଦନ କରିଥିଲେ। ନାମଯଜ୍ଞ ଭୋଇରମୁଣ୍ଡା ଗ୍ରାମବାସୀ ଓ ଗଜାନନ ଯୁବକ ସଂଘ ଦ୍ୱାରା ଆୟୋଜିତ ହୋଇଥିଲା। ଗ୍ରାମର ଆବାଳ ବୃଦ୍ଧ ବନିତା ସମସ୍ତେ ସହଯୋଗ କରିଥିଲେ। ସଫଳତା ଓ ଶୃଙ୍ଖଳିତ ଭାବରେ ୧୬ ପ୍ରହର ନାମଯଜ୍ଞ ସମାପନ ହୋଇଥିବାରୁ ପରିଚାଳନା କମିଟିର ସଭାପତି ଓ ସମ୍ପାଦକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।




