ସରିଆଁ ଆମ୍ବତୋଟାରେ ନିଆଁ, ଆୟତ୍ତ କଲେ ଯୁବଗୋଷ୍ଠୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅନ୍ତର୍ଗତ ସରିଆଁ ଆମ୍ବତୋଟାରେ ରାତିରେ ନିଆଁ ଲାଗିଥିଲା। ଏହା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ଯୁଗ୍ମ ସଂପାଦକ ତଥା ଯୁବ ଶିକ୍ଷାବିତ୍ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ଦୃଷ୍ଟିଗୋଚର ହେବାରୁ ସେ ବନ ବିଭାଗ ଓ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ତାଙ୍କ ସୂଚନା କ୍ରମେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସରିଆଁର ପ୍ରଧାନଶିକ୍ଷକ ଗଙ୍ଗାନାରାୟଣ ଦାଶଙ୍କ ତତ୍ତ୍ଵାବଧାନରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନର ସଂପାଦକ ମିଲନ କୁମାର ଭୋଇ, ସଦସ୍ୟ ସୁନନ୍ଦ ଭୋଇ, ପ୍ରତ୍ୟୁଷ କୁମାର ଭୋଇ, ଜିତେନ୍ଦ୍ର ଭୋଇ ଓ ଶିବ ମନ୍ଦିର ପୂଜକ ଧୋବା ଥନାପତି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ସ୍ଵାଗତ କରାଯିବା ସହ ବନାଗ୍ନି ନିୟନ୍ତ୍ରଣ ଦିଗରେ ବନ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବାକୁ ଦାବି ହେଉଛି। ବୃକ୍ଷ ଓ ପରିବେଶର ସୁରକ୍ଷା କେବଳ ପ୍ରଶାସନର କାମ ନୁହେଁ, ଆମ ସମସ୍ତଙ୍କର ଦାୟିତ୍ୱ। ତେଣୁ ଏଥିପାଇଁ ଜନସାଧାରଣ ସହଯୋଗ କରିବାକୁ ଦେବଗିରି ଓ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆହ୍ବାନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.