ଶ୍ରୀକ୍ଷେତ୍ର ଖେଳ ରତ୍ନ ସମ୍ମାନ ପାଇଲେ କ୍ରିଡ଼ା ଶିକ୍ଷକ ବାବୁଲା ମେଲକା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୋଲମା ପଞ୍ଚାୟତ ସଦର ମହକୁମା ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ବାବୁଲା ମେଲକା ପୁରୀ ଜିଲ୍ଲା ସଂସ୍କୃତି ଭବନ ଠାରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ- ୨୦୨୬ ଆୟୋଜନରେ ଶ୍ରୀକ୍ଷେତ୍ର ଖେଳ ରତ୍ନ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ଯାହାକି ଜିଲ୍ଲା ପାଇଁ ଏକ ଗୌରବ ଅର୍ଜନ କରିଛନ୍ତି ବୋଲି ଅଞ୍ଚଳବାସୀ ମାନେ ଶୁଭେଚ୍ଛା ଜଣାଇଛନ୍ତି । ବାବୁଲା ମେଲକା ବିଦ୍ୟାଳୟରେ ସବୁ ବେଳେ ଚର୍ଚ୍ଚାରେ ଥାଆନ୍ତି ସେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ସବୁ ସମୟରେ କ୍ରୀଡା ଜଗତରେ ଜିଲ୍ଲା ତଥା ରାଜ୍ୟରେ ପ୍ରଥମ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନ ଅଧିକାର କରାଉଥିବା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ପ୍ରକାଶ କରିଛନ୍ତି । ତେବେ ଏହି ସମ୍ମାନ ପାଇଥିବାରୁ ତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ଶୁଅ ଛୁଟିବାକୁ ଲାଗିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.