ଜିଲ୍ଲା ଯୁବ ବିଜେଡିର ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ପାଳନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲା ଯୁବ ବିଜେଡି ପକ୍ଷରୁ ଅସହାୟ ଓ ଭିନ୍ନକ୍ଷମ ମାନଙ୍କୁ ଛତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁରଙ୍କ ନେତୃତ୍ବରେ ମାଁ ମାଣିକେଶ୍ଵରୀ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ଶିରିଡ଼ି ସାଇ ମନ୍ଦିର ପ୍ରାଙ୍ଗଣରେ ବସୁଥିବା ଅସହାୟ ଓ ଭିନ୍ନକ୍ଷମ ଭିକ୍ଷୁକ ମାନଙ୍କୁ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବା ପାଇଁ ଗୋଟିଏ ଲେଖାଏଁ ଛତା ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ନଗରପାଳ ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ଜୋନ ମହିଳା ସଭାନେତ୍ରୀ ଲଳିତା ନାଏକ, ଜିଲ୍ଲା ମହିଳା ସଭାନେତ୍ରୀ ସବିତା ପ୍ରଧାନ, ବରିଷ୍ଠ ବିଜେଡି ନେତା ଧର୍ମେନ୍ଦ୍ର ନାଏକ, ପ୍ରଶାନ୍ତ ନାଏକ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ମହେନ୍ଦ୍ର ରାଉତ, ଯୁବ ନେତା ତ୍ରିଲୋଚନ ପାଣିଗ୍ରାହୀ, ଭୋଳାନାଥ ନାଗ, ଗଣେଶ ବାଗ, ମାନସ ସିନ୍ଦୁର, ନିମସ ତାଣ୍ଡି, ମିଲନ ମୁଣ୍ଡ, ପ୍ରଦୀପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.