ସୋନପୁର,୨୬/୮ : ସୁବର୍ଣ୍ଣପୁର ଜିଲ୍ଲାରେ ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣର ଉଦ୍ୟମରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ବନ ବିଭାଗର ସହଯୋଗରେ ସାରା ଜିଲ୍ଲାରେ ଏକ ସାଙ୍ଗରେ ରୋପଣ ହେଲା ୧ ଲକ୍ଷ ଗଛ । ଏହି ଅବସରରେ ଝିଙ୍କି ଟିକିରାଠାରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ହାଇକୋର୍ଟର ବିଚାରପତି ନ୍ୟାୟାଧିଶ ଚିତ୍ତରଞ୍ଜନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ଜଜ୍ ରାଜକୁମାର ସାହୁ, ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବୀ ପ୍ରସାଦ ଦାସ, ଜିଲ୍ଲା ବନଖଣ୍ଡ ଅଧିକାରୀ ସୁଶାନ୍ତ କୁମାର ସାମନ୍ତରାୟ, ଜିଲ୍ଲା ଓକିଲ ସଂଘର ସବାପତି ସର୍ବେଶ୍ୱର ପୁରୋହିତ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ ବ୍ୟପକ ବୃକ୍ଷ ରୋପଣ କରି ପରିବେଶ ସନ୍ତୁଳନରେ ସମସ୍ତେ ସାହାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ ।ରେଜିଷ୍ଟାର ସୁବ୍ରତ ଆଚାର୍ଯ୍ୟ, ଏଡିଜେ ମାନସ କୁମାର ପଣ୍ଡା, ସିଜେଏମ ମାନସ କୁମାର ରଥ, ଡିଏଲଏସଏର ସଂପାଦିକା ସୀମା ତ୍ରିାଠୀ, ଏସ୍ଡିଜେଏମ୍ ସୁକାନ୍ତ କିଶୋର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଝିଙ୍କି ଟିକ୍ରାରେ ୫ ହଜାର ଗଛ ଲଗାଯାଇଥିବାବେଳେ ତରଭା ବ୍ଲକରେ ୨୭ ହଜାର ଏବ ଅନ୍ୟାନ୍ୟ ବ୍ଲକମାନଙ୍କରେ ମଧ୍ୟ ଗ୍ରାମଂଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ଗଛ ଲଗାଯାଇଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଅଙ୍ଗନୱାଡି କେନ୍ଦ୍ର ଆଦି ଏକା ସାଙ୍ଗରେ ଜିଲ୍ଲାର ସମସ୍ତ ବ୍ଲକ ଓ ସହରାଞ୍ଚଳରେ ବୃକ୍ଷରୋପଣ କରିଥିଲେ । ଏହା ଏକ ନିଆରା କାର୍ଯ୍ୟକ୍ରମ ହୋଇଥିବାରୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଥିବା ଦେଖିବାକୁ ମିଳିଛି । ଠିକ ସେହିପରି ପୁଲିସ ପ୍ରଶାସନ ପକ୍ଷରୁ ଆଜି ଏକ ବୃହତ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସ୍ଥାନୀୟ ରିଜର୍ଭ ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଏହାର ଶୁଭ ଉଦଘାଟନ କରି ସୁବର୍ଣ୍ଣପୁର ସହରରକୁ ଏକ ସବୁଜ ସୁନ୍ଦର ସହର ଭାବରେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ଜିଲା ପୁଲିସର ଅଧିକାରୀମାନେ ନିଜେ ରୋପଣ କରିଥିବା ଚାରାଗୁଡିକର ସୁରକ୍ଷା ମଧ୍ୟ କରିବା ପାଇଁ ଶପଥ ଗ୍ରହଣ କରିଥିଲେ । ଏଥିରେ ଡିଏସପି ହେମସାଗର ନନ୍ଦ, ସୋନପୁର ଥାନା ଅଧିକାରୀ ଲୋକେଶ୍ୱର ସାହୁ, ଜିଲା ହାବିଲଦାର କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପଙ୍କଦକ ଦିନେଶ ମିଶ୍ର ପ୍ରମୁଖଙ୍କ ସହ ଜିଲା ପୁଲିସ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଓ ଗୃହରକ୍ଷୀ ଯୋଗ ଦେଇଥିଲେ ।
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in
Like us on Facebook 👇