ଅଳ୍ପଗଳ୍ପ ପୁରାଣ ପ୍ରସଙ୍ଗରୁ : ହନୁମାନଙ୍କ ପଞ୍ଚମୁଖ ଧାରଣ

ସୀତା ହରଣ ପରେ ସେତୁ ବନ୍ଧ ବାନ୍ଧି ଲଙ୍କାରେ ପହଞ୍ଚି ରାବଣକୁ ଯୁଦ୍ଧର ଆହ୍ବାନ ଦେଇଛନ୍ତି ମର୍ଯ୍ୟଦା ପୁରୁଷୋତ୍ତମ ରାମ । ଘୋମାଘୋଟ ଯୁଦ୍ଧ ଚାଲିଛି । ଯୁଦ୍ଧ ସମୟରେ ରାବଣର ଭାଇ ଅହିରାବଣ ମାୟା ରଚନା କଲା । ଅସୁରର ମାୟା ଯୋଗୁଁ ସମସ୍ତ ସେନା ଗଭୀର ନିଦରେ ଶୋଇପଡିଲେ । ନିଦ୍ରାବସ୍ଥାରେ ପ୍ରଭୂ ଶ୍ରୀରାମ ଓ ଲକ୍ଷ୍ମଣଙ୍କୁ ଅହିରାବଣ ପାତାଳପୁରୀକୁ ଅପହରଣ କରି ନେଇଗଲା । ରାମ ଭକ୍ତ ହନୁମାନ ନିଦ୍ରାରୁ ଉଠି ନିଜ ପ୍ରଭୁ ମାନଙ୍କୁ ନପାଇ ବ୍ୟାକୁଳ ହୋଇ ପଡିଲେ । ସେ କାଳ ବିଳମ୍ବ ନକରି ପାତାଳପୁରରେ ପ୍ରବେଶ କଲେ ଓ ଦ୍ବାରରେ ଜଗିଥିବା ରକ୍ଷକ ମକରଧ୍ବଜଙ୍କୁ ପରାସ୍ତ କଲେ । ହନୁମାନ ଦେଖିଲେ ଚାରି ଦିଗରେ ପାଞ୍ଚୋଟି ଦୀପ ଜଳୁଛି ଓ ମା ଭବାନୀଙ୍କ ସମ୍ମୁଖରେ ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କ ବଳି ପାଇଁ ପୁରା ପ୍ରସ୍ତୁତି ହୋଇଛି । ଅହିରାବଣକୁ ବଦ୍ଧ କରିବାକୁ ହେଲେ ଏକା ସାଙ୍ଗରେ ପାଞ୍ଚୋଟି ଦୀପକୁ ଧ୍ବଂସ କରିବାକୁ ହେବ ବୋଲି ସେ ଜାଣିପାରିଲେ । ତେଣୁ ହନୁମାନ ପଞ୍ଚମୁଖ ଧାରଣ କଲେ । ଉତ୍ତର ଦିଗରେ ବରାହ ମୁଖ, ଦକ୍ଷିଣରେ ନରସିଂହ ମୁଖ, ପଶ୍ଚିମରେ ଗରୁଡ ମୁଖ, ଆକାଶ ଆଡକୁ ହୟଗ୍ରୀବ ମୁଖ ଏବଂ ପୂର୍ବ ଦିଗକୁ ହନୁମାନ ମୁଖରେ ଶ୍ରୀ ହନୁମାନ ଅପୂର୍ବ ଦିଶିଲେ । ମା ଭବାନୀଙ୍କ ସମ୍ମୁଖରେ ପ୍ରଜ୍ଜଳିତ ହେଉଥିବା ପଞ୍ଚ ଦୀପକୁ ପଞ୍ଚ ମୁଖରେ ଧ୍ବଂସ କରିବାସହ ଅହିରାବଣକୁ ବଦ୍ଧ କଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Like us on Facebook 👇

Udyog Nursery
Udyogi Nursery
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.