ଗୋଷ୍ଠୀ କେନ୍ଦ୍ରରୁ ସୁବିଧା ପାଇବେ ଶିବପଦର ପଞ୍ଚାୟତର ୧୫୦୦ ବାସିନ୍ଦା
ରାୟଗଡ/ଲାଞ୍ଜିଗଡ଼,୨୬/୮ : ରାୟଗଡ ଜିଲ୍ଲା ମୁନିଗୁଡା ବ୍ଲକ ଦହିଖାଲ ଠାରେ ଆଜି ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ଼ ୟୁନିଟ ପକ୍ଷରୁ ଏକ ଗୋଷ୍ଠୀ କେନ୍ଦ୍ରର ଶୁଭାରମ୍ଭ ଓ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଗୋଷ୍ଠୀ କେନ୍ଦ୍ର ଯୋଗୁଁ ଶିବପଦର ଗ୍ରାମପଂଚାୟତର ୧୧ଟି ଗ୍ରାମର ୧୫୦୦ରୁ ଅଧିକ ଗ୍ରାମବାସୀ, ଗୋଷ୍ଠୀସଦସ୍ୟ, ୟୁଥ୍ କ୍ଲବ୍ ପ୍ରମୁଖ ଏକାଧିକ ପ୍ଲାଟଫର୍ମରେ ଲାଭବାନ ହେବେ, ଯାହା ସଭା ଓ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଲୋକମାନଙ୍କ ପାଇଁ ଏକ ସାଧାରଣ ସଂଯୋଗସ୍ଥଳୀ ହେବ ।
ଏହି ପଦକ୍ଷେପ ସମ୍ପର୍କରେ ବେଦାନ୍ତ ଆଲୁମିନିୟମ ଲାଞ୍ଜିଗଡ ୟୁନିଟର ମୂଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ, ବେଦାନ୍ତ ଅଂଚଳର ଆଖପାଖରେ ଥିବା ଗ୍ରାମଗୁଡ଼ିକରେ, ଗୋଷ୍ଠୀର ସାମାଜିକ ଉନ୍ନତି ନିମନ୍ତେ ପ୍ରତିଶୃବଦ୍ଧ । ଏହି ଯୋଜନା ବାସ୍ତବତାରେ ପରିଣତ ହେଉଥିବା ଦେଖି ଆମ୍ଭେମାନେ ଆନନ୍ଦିତ ଏବଂ ସ୍ଥାନୀୟ ଗୋଷ୍ଠୀକୁ ଆମର ଅଂଶୀଦାର ଓ ହିତାଧିକାରୀ ଭାବରେ ପାଇ ଆମେ ଖୁବ୍ ଉତ୍ସାହିତ ।ଏହି ଶୁଭାରମ୍ଭ ଆମର ପଦକ୍ଷେପକୁ ଏକ ବାସ୍ତବ ସହଯୋଗୀତା, କମ୍ୟୁନିଟିସ୍ପେସ୍ ସୃଷ୍ଟି କରିବାରେ ଗୋଟିଏ ପାଦ ଆଗକୁ ନେଉଛି, ଯାହା ଏହି ଅଂଚଳରେ ସାମାଜିକ-ଆର୍ଥିକ ବିକାଶରେ ଉନ୍ନତି ଆଣିଛି । ଅନେକ ଲୋକ ବର୍ତମାନ ଗୋଷ୍ଠୀକେନ୍ଦ୍ରରୁ ସାମାଜିକ ଲାଭ ପାଇପାରିବେ, ଯାହା ଗୋଷ୍ଠୀ କାର୍ଯ୍ୟକ୍ରମ ଓ ସଭା ପାଇଁ ଏକ ସାଧାରଣ ବହୁମୂଖୀ ପ୍ଲାଟଫର୍ମ ଅଟେ ।
ପ୍ରଗତୀ ପ୍ରକଳ୍ପ ଅଧିନରେ ଏହି ରିଫାଇନାରୀ, ଭିତିଭୂମିରେ ବିକାଶ, ଯେପରିକି ରାସ୍ତା ନିର୍ମାଣ, ପାନୀୟଜଳ ପ୍ରକଳ୍ପ ଓ ଗୋଷ୍ଠୀ କେନ୍ଦ୍ରଭଳି ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ ଗ୍ରାମଗୁଡ଼ିକୁ ସହାୟତା କରୁଛି । ମୋଟ ଉପରେ ସାମାଜିକ ବିକାଶ ଦିଗରେ ବେଦାନ୍ତର ସକ୍ରିୟ ଉଦ୍ୟମ ଗୁଡ଼ିକ ଉପସ୍ଥିତ ଥିବା ଅତିଥିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।
ଏହି ଅବସରରେ ଦହିଖାଲ ଗ୍ରାମବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ଶିବିରରର ଆୟୋଜନ କରାଯାଇଥିଲା, ଯେଉଁଠାରେ ୨୦୦ରୁ ଅଧିକ ଗ୍ରାମବାସୀ ନିଃଶୁକ୍ଳ ସ୍ୱାସ୍ଥ୍ୟ ସେବା ସୁବିଧା ପାଇଥିଲେ । ଏହି କାର୍ଯ୍ୟକ୍ରମ ସମୁହରେ ବେଦାନ୍ତ କାର୍ଯ୍ୟକର୍ତାଙ୍କ ସମେତ ସ୍ଥାନୀୟ ବୁଦ୍ଧିଜିବୀ, ଗୋଷ୍ଠୀସଦସ୍ୟ, ୟୁଥ କ୍ଲବ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡ ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ସହ ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta