ଓଡ଼ିଆ ବାର୍ତ୍ତା/ କେସିଙ୍ଗା: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ମଶାଣିବନ୍ଧ ସ୍ଥିତ ମାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ପ୍ରସନ୍ନଜିତ ଗଉଡ ଜବାହାର ନବୋଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ପରଲସିଙ୍ଗା ଗାଁର ପରମେଶ୍ୱର ଗଉଡ ଓ ରଞ୍ଜିତା ଗଉଡଙ୍କ ସୁପୁତ୍ର ପ୍ରସନ୍ନଜିତ ମଶାଣିବନ୍ଧ ମାଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପଞ୍ଚମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ। ତାଙ୍କର ଏହି ସଫଳତା ପାଇଁ ପରିଚିତ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ସେ ଏବେ ନର୍ଲା ନବୋଦୟ ବିଦ୍ୟାଳୟରେ ଅଧ୍ୟୟନ କରିବେ। ତେବେ ପ୍ରସନ୍ନଜିତ ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଓ ସମସ୍ତ ଗୁରୁଜୀ ଗୁରୁମାଙ୍କୁ ଦେବାସହ ଶିଶୁ ମନ୍ଦିର ପରିଚାଳନା କମିଟିକୁ ଧନ୍ୟବାଦ ଜଣାଇଛନ୍ତି।




