ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହେଲା ପଖାଳ ଦିବସ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ପଦ୍ମାବତୀ ଏମ୍ୟୁଜମେଣ୍ଟ ପାର୍କ ଠାରେ ଜିଲ୍ଲା ପ୍ରଶାସନ ଦ୍ବାରା ପଖାଳ ଦିବସ ପାଳିତ ହୋଇଯାଇଛି। ଜିଲ୍ଳା ପର୍ଯ୍ୟଟନ ଅଧିକାରୀ ବିଶ୍ୱଜିତ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଖାଳ ଦିବସକୁ ପାଳନ କରାଯାଇଥିଲା । ଉପସ୍ଥିତ ଥିବା ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ପଖାଳ ଖାଇଥିଲେ। ଏହି ଦିବସ ପାଳନ ଅବସରରେ ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାଏକ, ବାଲେଶ୍ୱର ଉପ ଜିଲ୍ଲାପାଳ ଶିବ ମାଲବ୍ୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସଞ୍ଜୟ କୁମାର ରାଉତଙ୍କ ସମେତ ଅନେକ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ଯୋଗ ଦେଇ ପଖାଳ ଖାଇବାର ମଜା ନେଇଥିଲେ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ଵରର ପାନ୍ଥନିବାସ ଠାରେ ଆଭାସି ଜରିଆରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହୋଇଥିବା ପଖାଳ ଦିବସରେ ଅଂଶଗ୍ରହଣ କରିଥିବା ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କ ସମେତ ଦେଶ ତଥା ବିଦେଶରେ ଥିବା ଅନେକ ଓଡ଼ିଆ ଲୋକମାନଙ୍କ ସହିତ ଯୋଡି ହୋଇ ଭାବ ବିନିମୟ କରିଥିଲେ । ସେ ସମସ୍ତ ଓଡ଼ିଶାବାସୀ ଓ ବିଶ୍ଵର କୋଣ ଅନୁକୋଣରେ ରହୁଥିବା ଓଡିଆ ଭାଇଭଉଣୀ ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.