ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ସଇଁତଲା ଥାନା ଟିକ୍ରାପଡ଼ା ଫାଣ୍ଡି ଅନ୍ତର୍ଗତ ଝିଙ୍କିଡୁଙ୍ଗୁରି-ପଟାମରା ରାସ୍ତାର ବଡ଼ଘାଟି ଠାରେ ବାଇକ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି | ଗୁରୁବାର ରାତିରେ ଦୁର୍ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳେ ଦୁର୍ଘଟଣା ସ୍ଥଳରେ ଯୁବକଙ୍କ ଶବ ପଡ଼ିଥିବା ଲୋକେ ଦେଖିଥିଲେ | ଖବର ପାଇ ଟିକ୍ରାପଡ଼ା ଫାଣ୍ଡି, ସଇଁତଲା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଜବତ ସହ ଶବକୁ ପୋଷ୍ଟମାର୍ଟମ ପାଇଁ ପଠାଇଥିଲେ | ମୃତ ଯୁବକ ବେଲପଡ଼ା ବ୍ଲକ ଯୁବା ଗ୍ରାମର ଲେକ୍ରୁ ମଲ୍ଲିକଙ୍କ ବଡ଼ ପୁଅ ପୂର୍ଣ୍ଣଚନ୍ଦ୍ର(୨୫) ବୋଲି ଜଣାପଡିଛି | ପୂର୍ଣ୍ଣଚନ୍ଦ୍ର ଗୁରୁବାର ରାତିରେ ହୋଣ୍ଡା ସାଇନ୍ ବାଇକ (ନଂ ଓଡ଼ି ୦୩ ଏଲ ୮୮୬୫) ଯୋଗେ ଟିକ୍ରାପଡ଼ା ପଟୁ ସଇଁତଲା ପଟକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କୁହାଯାଉଛି | ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଶବ ବ୍ୟବଚ୍ଛେଦ ପରେ ଶବକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି | ଏନେଇ ସଇଁତଲା ଥାନାରେ ମାମଲା (ନଂ ୮୯/୨୬) ରୁଜୁ ହୋଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରୀ ରହିଛି | ସଇଁତଲା ଥାନାର ଇନ୍ସପେକ୍ଟର ଆଲୋକ ପ୍ରସାଦ ଭୋଇ ତଦନ୍ତକାରୀ ଅଧିକାରୀ ରହିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.