ଦୋରାପଦର ବାତ୍ସଲ୍ୟ ଆଶ୍ରମରେ କାଳ ବୈଶାଖିର ତାଣ୍ଡବ

ପ୍ରଶାସନ ସହଯୋଗ କରିବା ପାଇଁ ମିନତି କଲେ ସାଧ୍ୱୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଦୋରାପଦର ଗ୍ରାମରେ ରହିଥିବା ବାତ୍ସଲ୍ୟ ଆଶ୍ରମରେ କାଳ ବୈଶାଖିର ପ୍ରଭାବ ଦେଖିବାକୁ ମିଳିଛି। କାଳ ବୈଶାଖି ପ୍ରଭାରେ ଆଶ୍ରମରେ ରହିଥିବା ଟିଣ ଘରର ଗୋଟିଏ ପାର୍ଶ୍ୱର ସମସ୍ତ ଟିଣ ଛାତ କୁ ପବନ ଉଡେଇ ନେଇଥିବା ଦେଖିବାକୁ ମିଳୁଛି। ଗତ ୨୦୨୪ ରେ ଆଶ୍ରମ ସ୍ଥାପିତ ହୋଇଥିଲା ଦୋରାପଦର ଗ୍ରାମରେ। ଏଇଠି ସାଧ୍ୱୀ ସମ୍ଭାବୀ ଗିରି ଓ ସଦାନନ୍ଦା ଗିରୀ ଆଶ୍ରମର ଦାଇତ୍ୱ ନେଇ ପରିଚାଳନା କରୁଛନ୍ତି। ଚଳିତ ବର୍ଷର ପ୍ରଥମ କାଳ ବୈଶାଖି ପ୍ରଭାବରେ ୧୮ ମାର୍ଚ୍ଚ ସନ୍ଧ୍ୟା ସମୟରେ ଖୁବ ଯୋର ପବନ ବୋହିବା ସହିତ ବର୍ଷା ମଧ୍ୟ ହୋଇଥିଲା। ଏହାର ପ୍ରଭାବରେ ଆଶ୍ରମରେ ରହିଥିବା କୁଟିରର ଦକ୍ଷିଣ ପଟର ସମସ୍ତ ୮ ଗୋଟି ଟିଣ ଓ ଲୁହା ଏଙ୍ଗଲକୁ ପବନ ତାଡିଦେଇ ଭାଙ୍ଗି ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ମୁଖ୍ୟ ଗ୍ରାମ ଦୋରାପଦର ଓ ଦହଲ ବାସୀଙ୍କ ସାହାଯ୍ୟ ସହଯୋଗରେ ଏହି ଅଶ୍ରମଟି ନିର୍ମିତ ହୋଇଥିବା ଜଣାପଡେ। ଏହି ଖବର ପାଇବା ପରେ ଦହଲ, ଦୋରାପଦର ଗ୍ରାମବାସୀ ଏବଂ ବିଶେଷ କରି ଗଞ୍ଜାମ ଜିଲ୍ଲା କଣ୍ଟିଲୋ, ଗଜେନ୍ଦ୍ର ଗ୍ରାମ ବୈକୁଣ୍ଠପୁରରୁ ନର୍ଲା ବ୍ଲକର ସର୍ଗିଗୁଡାକୁ ପ୍ରବଚନ କାର୍ଯ୍ୟକ୍ରମକୁ ଆସିଥିବା ସ୍ୱାମୀ ଭୁବନେଶାନନ୍ଦ ସରସ୍ୱତୀ ଓ ନର୍ଲାର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ କୁମାର ନାଏକ ଆଶ୍ରମର ଟିଣ ଛାତ ଉଡେଇ ନେଇଥିବା ଆଶ୍ରମ କୁଟୀର ପରିଦର୍ଶରେ ଯାଇଥିଲେ। ସାଧ୍ୱୀ ମାନଙ୍କୁ ଶାନ୍ତ୍ୱନା ଦେଇଥିଲେ। ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ନିର୍ମିତ ଆଶ୍ରମର କୁଟୀରର ଏତାଦୃଶା ଅବସ୍ଥାକୁ ନେଇ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟକୁ ଯାଇ ଲିଖିତ ଅବଗତ କରେଇବା ସହ ସରକାରଙ୍କ ସାହାଯ୍ୟ ସହଯୋଗ ମଗାଯିବ ବୋଲି କହିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ନାଏକ। ଅଞ୍ଚଳବାସୀଙ୍କ ସାହାଯ୍ୟ ସହଯୋଗ ଓ ସାଧ୍ୱୀ ଦୁହିଁଙ୍କ ଦୀର୍ଘ ଦିନର ପ୍ରଚେଷ୍ଟାରେ ନିର୍ମିତ ଏହି ଆଶ୍ରମ ଅଞ୍ଚଳବାସୀଙ୍କ ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ରହିଥିବା ହେତୁ ଏହାର ପୁନରୁଦ୍ଧାର ଓ ରକ୍ଷଣା ବେକ୍ଷଣ ଏକାନ୍ତ ଆବଶ୍ୟକ ହୋଇପଡିଛି। ଆଗାମୀ ଦିନରେ ଏଠାରେ ବାନପ୍ରସ୍ଥ, ଗୋଶାଳା ଓ ଆଧ୍ୟାତ୍ମିକ ବିଦ୍ୟାଳୟ ସ୍ଥାପନ ପାଇଁ ଆମର ପ୍ରଚେଷ୍ଟା ଜାରି ରହିବ ବୋଲି ତାଙ୍କ ମତାମତରେ କହିଛନ୍ତି ସ୍ୱାମୀ ଭୁବନେଶାନନ୍ଦ ଜୀ ମହାରାଜ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.