ରାସ୍ତା ନଥିବାରୁ ୫ କିମି ଧରି ଖଟିଆରେ ବୁହାହେଲା ଶବ

ନବୀନ ଶାସନର ୨୦ ବର୍ଷରେ ଗାଁର ପ୍ରକୃତ ଛବି

କଳାହାଣ୍ଡି, ୨୭/୮(ନବୀନ କିଶୋର ସାହୁ) : ବିକାଶର ଡିଣ୍ଡିମ ପିଟି ଚାଲିଥିବା ନନୀନ ସରକାରଙ୍କ ୨୦ ବର୍ଷର ଶାସନ ଭିତରେ ଗାଁର ଚିତ୍ର କିପରି ରହିଛି ତାହାର ପ୍ରକୃଷ୍ଠ ଉଦାହରଣ ହେଉଛି ବାଗବିଲା ଗାଁ । ଗାଁକୁ ରାସ୍ତା ନଥିବାରୁ ଶବ ଆଣୁଥିବା ଆମ୍ବୁଲାନ୍ସ ଆଗକୁ ଆସି ପାରିଲା ନାହିଁ । ଶବକୁ ଖଟିଆରେ ବୋହି ପାଞ୍ଚ କିମି ଚାଲିଚାଲି ଗାଁକୁ ଆଣିଲେ ପରିବାରବର୍ଗ ।  ଏହା ହେଉଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକର ଶେଷ ସୀମାରେ ଥିବା ଆଦିବାସୀ ବହୁଳ ପାହାଡ଼ିଆ ଅଞ୍ଚଳ ଦେଢ଼ଶୁଲି ପଞ୍ଚାୟତ ଅଧିନସ୍ଥ ବାଗବିଲା ଗାଁର ଅଭାବନୀୟ ଦୃଶ୍ୟ ।

(କ୍ଲିକ କରି ଦେଖନ୍ତୁ ଭିଡିଓ 👆)

ଏଠାରେ ସୂଚନା ଯୋଗ୍ୟଯେ, ବାଗବିଲା ଗାଁର ଜମୁନ୍ତି ମାଝୀ ଗତକାଲି ଚାଷଜମିକୁ ଧାନ ତଳି ରୋପଣ କରିବାକୁ ଯାଇଥିବା ସମୟରେ ହଠାତ ପଡିଯାଇଥିଲେ । ଯାହା ଫଳରେ ତାଙ୍କୁ ବାଗବିଲା ଗାଁରୁ ୫ କିମି ଦୂର ଅଣାଯାଇ ଚିକିତ୍ସା ପାଇଁ ବଲାଙ୍ଗିର ଡାକ୍ତରଖାନାକୁ ନିଆଯାଇଥିଲା ।କିନ୍ତୁ ଆଜି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିବାରୁ ପୁଣି ଆମ୍ବୁଲାନ୍ସ ସାହାଯ୍ୟରେ ଶବକୁ ଅଣା ଯାଇଥିଲା ।

ବଡେନସରା ଗାଁରୁ ଆଗକୁ ଆଉ ଆମ୍ବୁଲାନ୍ସ ଯାଇ ପାରିଲାନାହିଁ କାରଣ ବାଗବିଲା ଗାଁକୁ ରାସ୍ତା ନାହିଁ, ତେଣୁ ବେଡେନସରା ଗାଁରେ ଶବକୁ ଓହ୍ଲାଇଦେଇ ଫେରିଗଲା ଆମ୍ବୁଲାନ୍ସ । ପରିବାର ବର୍ଗ ମୃତ ଶରିରକୁ ଖଟିଆରେ ବୋହି ସେଠାରୁ ଦିର୍ଘ ପାଞ୍ଚ କିଲୋମିଟର ଚାଲି ଚାଲି ଗାଁରେ ପହଞ୍ଚିଥିଲେ ।

ଏହି ଗାଁକୁ ଯିବାପାଇଁ ରାସ୍ତାଟିଏ ନ ଥିବାରୁ ଏଭଳି ଅନେକ ରୋଗୀଙ୍କର ଅସୁବିଧା ହେଉଛି । ଆମ୍ବୁଲାନ୍ସ ଟିଏ ମଧ୍ୟ ଗାଁକୁ ଯାଇ ପାରୁନି । ତେଣୁ ଏହି ଗାଁକୁ ସବୁ ଦିନିଆ ରାସ୍ତା ଖଣ୍ଡେ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.