ଯୁବ ସଭାପତି ଯୋଗେନ୍ଦ୍ର, ହରିପ୍ରିୟା ହେଲେ ମହିଳା ସଭାନେତ୍ରୀ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ସଦର ପଞ୍ଚାୟତ ଚିଲିଗୁଡା ସ୍ଥିତ ବ୍ଳକ ଯଦବ ଭବନ ଠାରେ ରବିବାର ବ୍ଳକ ଯାଦବ ସମିତିର ଯୁବ ଓ ମହିଳା ବିଭାଗର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। କୋକସରା ବ୍ଳକ ଯାଦବ ସମିତିର ସଭାପତି ଦ୍ବାରିକାନାଥ ବାଗଙ୍କ ସଭାପତିତ୍ବରେ ଅନୁଷ୍ଠିତ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରେ ଜନ୍ମେଜୟ ଯାଦବ ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ସର୍ବସମ୍ମତି କ୍ରମେ ବ୍ଳକ ଯୁବ ଯାଦବ ସଭାପତି ଭାବରେ ଯୋଗେନ୍ଦ୍ର ହଂସ ମନୋନୀତ ହୋଇଥିଲେ । ଉପ ସଭାପତି ଚନ୍ଦ୍ର ଗୋପାଳ, ଅଭିମନ୍ୟୁ ବାଗ ଓ ଦୁଷ୍ମନ୍ତ ଗହିର, ସମ୍ପାଦକ କାଳୀକୃଷ୍ଣ ବାଗ, ସହ ସମ୍ପାଦକ ଡିଙ୍ଗର ଗହିର, ଭଜନଲାଲ ନାଗ ଓ ଦେବେନ୍ଦ୍ର ଘି, କୋଷାଧ୍ୟକ୍ଷ ଭାବରେ ମନୋଜ ରାଉତ ପ୍ରମୁଖ ମନୋନୀତ ହୋଇଥିଲେ। ସେହିପରି ମହିଳା ଯାଦବ ସମିତିର ସଭାନେତ୍ରୀ ଭାବେ ହରିପ୍ରିୟା ନାଗ, ସମ୍ପାଦିକା ବୃନ୍ଦା ପାତ୍ର, କୋଷାଧ୍ୟକ୍ଷ ସଞ୍ଜୁ ଗୋପାଳ ମନୋନୀତ ହୋଇଥିଲେ। ଏବଂ ଯାଦବ ସମିତିର ମିଡ଼ିଆ ସଂଯୋଜକ ଭାବେ ଜଗଦୀଶ ନାଏକଙ୍କୁ ଘୋଷଣା କରାଯାଇଛି। ନୂତନ ସମସ୍ତ ପଦାଧିକାରୀ ମାନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଶପଥପାଠ କରାଯାଇଥିଲା। ପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏବଂ ଆଗାମୀ ଦିନରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ପାଇଁ ନିଷ୍ପତ୍ତି କରାଯାଇଛି। କାର୍ଯ୍ୟକ୍ରମରେ ବ୍ଳକ ଯାଦବ ମହାସଭାର ସଭାପତି ଶ୍ରୀବାଗ ସମେତ ସମ୍ପାଦକ ବିଦ୍ୟାଧର ଗହୀର, ଉପସଭାପତି ଲିଙ୍ଗରାଜ ବେହେରା, କୋଷାଧ୍ୟକ୍ଷ ଗଣେଶ୍ୱର ପୁଞ୍ଜି, କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା, କର୍ମଚାରୀ ସଂଘ ସଭାପତି ପ୍ରେମଚାନ୍ଦ ଗୋପାଳ, ସମ୍ପାଦକ ଭାଗବତ କଟା, କୋଷାଧ୍ୟକ୍ଷ ସୁଧୀର ନାଗ, ସମାଜର ବରିଷ୍ଠ ନେତୃତ୍ୱ ପୂର୍ବତନ ବିଧାୟକ ମୌଷଧି ବାଗ, ଜିଲ୍ଲା ମହିଳା ସଭାନେତ୍ରୀ ରଶ୍ମିରେଖା ରାଉତ ସମେତ ବ୍ଳକର ୨୦ ଗୋଟି ଆଞ୍ଚଳିକ ଯାଦବ ସମାଜର ସଭାପତି, ସମ୍ପାଦକ, ଯୁବ ଓ ମହିଳା ଯାଦବ କର୍ମକର୍ତ୍ତା ଯୋଗଦେଇ ଥିଲେ।





