ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନ (ୟୁପିଏମ୍ଏସ)ର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ରୁପ୍ରାରୋଡର ବରଷ୍ଠ ଆଇନଜୀବୀ ଡ଼କ୍ଟର ସୁବାଷ ଅଗ୍ରୱାଲ। ନିକଟରେ ସମ୍ବଲପୁର ଠାରେ ଆୟୋଜିତ ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ଶିଖର-୨୦୨୬ ପ୍ରାନ୍ତିୟ ଅଧିବେଶନରେ ସେ ନୂତନ ଅଧ୍ୟକ୍ଷ ଭାବେ ଶପଥ ପାଠ କରିଥିଲେ। ଆଜି ସନ୍ଧ୍ୟାରେ ରୁପ୍ରାରୋଡ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଅଖିଳ ଭାରତୀୟ ମାରୱାଡି ସମ୍ମେଳନ ରୁପ୍ରାରୋଡ ଶାଖା, ମାରୱାଡି ଯୁବା ମଞ୍ଚ, ମହିଳା ମଣ୍ଡଳ ଶାଖା ପକ୍ଷରୁ ଅନୁଷ୍ଠିତ ଏହି ସମାରୋହରେ ଡଃ ଅଗ୍ରୱାଲଙ୍କୁ ଉଚ୍ଛସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ମାରଓ୍ବାଡି ସମ୍ମେଳନ ରୁପ୍ରାରୋଡର ସଭାପତି ପ୍ରଦିପ କୁମାର ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ସମ୍ମାନିତ ଅତିଥି ଭାବେ କେସିଙ୍ଗା ମାରୱାଡି ସମ୍ମେଳନ ଶାଖାର ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ ଓ ସମ୍ପାଦକ ମୁକେଶ ଜେନ, ଭବାନୀପାଟଣା ଶାଖାର ଦୀପକ ଗୁପ୍ତା, ସଞୟ ଅଗ୍ରୱାଲ, ଟିଟିଲାଗଡ ଶାଖାର ରାଜେଶ ଅଗ୍ରୱାଲ, ମାରଓ୍ବାଡି ଯୁବା ମଞ୍ଚ ରୁପ୍ରାରୋଡ ଶାଖା ଅଧ୍ୟକ୍ଷ ଗଣେଶ ରାମ ଖେତାନ ଏବଂ ମାରଓ୍ବାଡି ମହିଳା ମଣ୍ଡଳ ରୁପ୍ରାରୋଡ ଶାଖା ଅଧ୍ୟକ୍ଷା ସସ୍ମିତା ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାରଓ୍ବାଡି ସମାଜ ସମେତ ଗୁଜୁରାତି ସମାଜ ରୁପ୍ରାରୋଡର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ରହି ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମେଳନର ନୂତନ ଅଧ୍ୟକ୍ଷ ଡଃ ସୁବାଷ ଅଗ୍ରୱାଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲଙ୍କୁ ବାଦ୍ୟନାଦର ତାଳେ ତାଳେ ଏକ ଶୋଭାଯାତ୍ରାରେ ନଗର ପରିକ୍ରମା କରାଇ ମଞ୍ଚ ପର୍ଯ୍ୟନ୍ତ ନିଆ ଯାଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଶେଷରେ ରୁପ୍ରାରୋଡ ମାରଓ୍ବାଡି ସମ୍ମେଳନ ରୁପ୍ରାରୋଡର ସମ୍ପାଦକ ସୁମିତ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ।





