ଓଡିଆ ବାର୍ତ୍ତା/ ୪୨ ମୌଜା: କଟକ ସଦର ୪୨ ମୌଜା କୁଳସରିଚୁଆଁ ନିବାସୀ ବିଶିଷ୍ଟ ଶିକ୍ଷାବିତ, ଦକ୍ଷ ସଂଗଠକ, ସାହିତ୍ୟିକ, ନାଟ୍ୟକାର, ମହାନ ନାଟ୍ୟ ନିର୍ଦ୍ଦେଶକ, ଅଭିନେତା, ସମାଜ ସଂସ୍କାରକ, ସମାଜସେବୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକରେ ସ୍ମୁତି ଚାରଣ ସଭା ଖଲର୍ଦା ପ୍ରଦୀପ ପ୍ୟାଲେସରେ ଅନୁଷ୍ଠିତ ହୋଇଯାଇଛି । ସ୍ବର୍ଗତ ପ୍ରଧାନଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଦିଆଯାଇ ପ୍ରଦୀପ ପ୍ରଜ୍ବଳନ ପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇ ଦୁଇ ମିନିଟ ନୀରବ ପାର୍ଥନା କରାଯାଇଥିଲା । ବୀଣାପାଣି ଷ୍ଟଡି ସର୍କଲ ଓ ଗୁରୁ ପବିତ୍ର ମୋହନ ପ୍ରଧାନ ସ୍ମୃତି ସଂସଦ ଆନୁକୂଲ୍ୟରେ ଗୁରୁଙ୍କ ସ୍ମୃତି ଉଦ୍ଦେଶ୍ୟରେ ପ୍ରକାଶିତ “ସ୍ମୃତିରେ ପବିତ୍ର ସାର୍” ସ୍ମରଣିକା ଲୋକାର୍ପିତ ହୋଇଥିଲା ।





