ଗଛ ପଡ଼ି ଭାଙ୍ଗିଲା ଘର ଅଳ୍ପକେ ବର୍ତ୍ତିଲେ ପରିବାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ବିଶ୍ଵନାଥପୁର ପଞ୍ଚାୟତ ସ୍ଥିତ ଡୁମେରମୁଣ୍ଡା ଗାଁର ସଜମନ ହରପାଳଙ୍କ ଘର ଉପରେ ଏକ ଶାହାଜ ଗଛ ପଡି ଭାଙ୍ଗି ଯାଇଛି। ଫଳରେ ଘରେ ସୋଇଥିବା ସଜମନଙ୍କ ସ୍ତ୍ରୀ ଓ ପୁଅ ଅଳ୍ପକେ ବର୍ତ୍ତିଛନ୍ତି। ସୂଚନାଯୋଗ୍ୟ ସଜମନ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଘରେ ତାଙ୍କ ସ୍ତ୍ରୀ ଓ ପୁଅ ରହୁଛନ୍ତି। ସଜମନଙ୍କ ଦୁଇଟି ବଖରା ଘର ରହିଥିବା ବେଳେ ସେ ପାଖରେ ଏକ ବିରାଟ ସୁଖିଲା ଶାହାଜ ଗଛ ରହିଥିଲା ସେହି ଗଛ ମୂଳରେ ସକାଳୁ କିଏ ଜଣେ ଦୃର୍ବୁତ୍ତ ନିଆଁ ଲଗେଇ ଦେଇଥିବା ବେଳେ ଗଛ ମୂଳରୁ ଉପୁଡି ପଡ଼ିବାରୁ ଘର ସମ୍ପୁର୍ଣ୍ଣ ଭାଙ୍ଗି ପଡିଛି। ସଜମନଙ୍କ ସ୍ତ୍ରୀ ଓ ପୁଅ ବାରଣ୍ଡାରେ ସୋଇଥିବା ଥିବାରୁ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଘରର ଆସବାବପତ୍ର ସବୁ ଭାଙ୍ଗି ଯାଇଛି। ସଜମନଙ୍କ ପରିବାର ଏବେ ତାଙ୍କ ଭାଇ ଘରେ ଆଶ୍ରୟ ନେଇଛନ୍ତି। ତେବେ ଏହି କ୍ଷତିଗ୍ରସ୍ତ ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.