କବିତା: ନମସ୍ତେ ଦେବୀ ସ୍କନ୍ଦମାତା

ନମସ୍ତେ ବିଶ୍ୱଜନନୀ ଦେବୀ ସ୍କନ୍ଦମାତା l
ଦେବଗଣ ସ୍ତୁତିକଲେ ହେଲୁ ଆବିର୍ଭୁତା ll
ହିମାଳୟ ପୁରେ ବାଜେ ମଙ୍ଗଳ ମହୁରୀ l
ଉମା ଅବତାର ମୈନା କୋଳ ପୂର୍ଣ୍ଣକରି ll
ଦେବକାର୍ଯ୍ୟ ସାଧିବାକୁ ମାତାଙ୍କ ଉତ୍ପତ୍ତି l
ଉମା ଶିବ ମିଳନରୁ ଦେବ ସେନାପତି ll
ଜନ୍ମହେବେ ଦେବସ୍କନ୍ଦ ତାରକ ନିଧନେ l
ସୁମନେ ବର୍ଷନ୍ତି ସ୍ୱର୍ଗୁ ଅପସରା ଗଣେ ll
କଠିନତପେ ବସିଲେ ଲଭିବେ ଶଙ୍କର l
ଅପର୍ଣ୍ଣା ପଣ ନଭକ୍ଷୀ ଗୋଟିଏ ପତର ll

ମହାଯୋଗୀ ଶିବ ମହାସମାଧିରେ ବଶ l
ମାର ନାଶଗଲା କରି ଭାଙ୍ଗିବା ପ୍ରୟାସ ll
ଧ୍ୟାନବଳେ ଶିବ ଶିବା ହୋଇଲେ ମିଳନ l
ଦେବସେନାପତି ସ୍କନ୍ଦ ହେଲେ ତହୁଁ ଜନ୍ମ ll
ଅଗ୍ନି ମଣ୍ଡଳରେ ମାତା ଅବସ୍ଥାନ ତୋର l
କେ ବୁଝିପାରିବ ତୋର ମହିମା ଅପାର ll
ଚତୁର୍ଭୁଜା ଶୁଭ୍ର ବର୍ଣ୍ଣି ନମୋ ପଦ୍ମାସନୀ l
ନମସ୍ତସୈ ନମସ୍ତସୈ ମାଁ ସିଂହବାହନୀ ll

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.