ସହୀଦ ଦିବସ ଅବସରରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ନେତୃତ୍ୱରେ ଆଜି କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରୀପଡା କଳାରୁଦ୍ର ଯୁବକ ସଂଘ ପକ୍ଷରୁ ସହୀଦ ହୋଇଥିବା ତିନି ସ୍ୱାଧୀନତା ବିପ୍ଳବୀ ଭଗତ ସିଂହ, ସୁଖଦେବ ଏବଂ ରାଜଗୁରୁ ଙ୍କ ଉଦେଶ୍ୟରେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଠାରୁ ଯୋରାଡବରା ଛକ ପର୍ଯ୍ୟନ୍ତ ଏକ ସଡ଼କ ସୁରକ୍ଷା ପଦଯାତ୍ରା ନାର ଦିଆଯାଇଥିଲା। ପରେ ସଭା କାର୍ଯ୍ୟକ୍ରମରେ ଶହୀଦ ମାନଙ୍କ ଉଦେଶ୍ୟରେ କବିତା ପଠନ କରି ପୂର୍ବତନ ସେନା ଅଧିକାରୀ ଶ୍ରୀ ସୁରେନ୍ଦ୍ର ଭୋଇ ଙ୍କୁ ସଂମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୁଷ୍ପେନ୍ଦ୍ର କୁମାର ସିଂଦେଓ, ସମ୍ମାନିତ ଅଥିତି ଭାବେ କର୍ଲାମୁଣ୍ଡା ବ୍ଲକ ଉପାଦକ୍ଷ ଶ୍ରୀଯୁକ୍ତ ସୁରେନ୍ଦ୍ର ଭୋଇ, ଅମର ଯୁକ୍ତତିନି ମହାବିଦ୍ୟାଳୟ କୁଶୁର୍ଲା ଅଧ୍ୟକ୍ଷ ଶ୍ରୀଯୁକ୍ତ ନବୀନ କୁମାର ପଧାନ, ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ରାଜେନ୍ଦ୍ର ଗହୀର, ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସାହୁ, ଅଧ୍ୟାପକ ଶ୍ରୀଯୁକ୍ତ ନରେଶ ବିଶି, ମ. ରାମପୁର ଏଏସଆଇ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, କଳାରୁଦ୍ର ଯୁବକ ସଂଘର ସଭାପତି ହେମନ୍ତ ସାହୁ, ସମ୍ପାଦକ ଅରବିନ୍ଦ ସାହୁ, ସୁରେନ୍ଦ୍ର ସାହୁ, କବିରାଜ ସାହୁ, ରେଖାଞ୍ଜଳି ସାହୁ, ନିବେଦିତା ପ୍ରିୟଦର୍ଶିନୀ ସାହୁ, ନୀଳକଣ୍ଠେଶ୍ଵର ସାହୁ ସମେତ ଅମର ଯୁକ୍ତତିନି ମହାବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଏନଏଏସର କର୍ମକର୍ତ୍ତା ମନେ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.