ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ: ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଉପରେ ଗୁରୁତ୍ୱ

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାକରଚୁଆଁ କ୍ଲଷ୍ଟରର ମାସିକ ବୈଠକ ସ୍ଥାନୀୟ ଖଗସା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ଛାତ୍ରଛାତ୍ରୀଙ୍କ ମୌଳିକ ଦକ୍ଷତା ବିକାଶକୁ ନେଇ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା କରାଯାଇଛି।​ କ୍ଲଷ୍ଟର ସଂଯୋଜକ (ସିଆରସିସି) ଶ୍ରୀ ଗଜୟ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ନନ୍ଦ ସଭାପତିତ୍ୱ କରିଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜାର୍ଚ୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ​ଏଫଏଲଏନ ଓ ନୂତନ ଶିକ୍ଷାଦାନ ପଦ୍ଧତି ଉପରେ ଚର୍ଚ୍ଚା ​ଏହି ବୈଠକର ମୁଖ୍ୟ ଆଭିମୁଖ୍ୟ ଥିଲା ‘ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ’ (FLN) ର ସଫଳ ରୂପାୟନ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫଏଲଏନ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଶ୍ରେଣୀଗୃହରେ ପିଲାମାନଙ୍କୁ କିଭଳି ଅତି ସହଜରେ ଯୁକ୍ତାକ୍ଷର ଶିକ୍ଷା, ବର୍ଣ୍ଣାଳୀ ଓ ଶବ୍ଦ ଗଠନ ଶିଖାଯାଇପାରିବ, ସେ ନେଇ ନିଜ ନିଜର ମତ ରଖିଥିଲେ। ଏଥିସହିତ ‘ନବ ସାକ୍ଷରତା’ କାର୍ଯ୍ୟକ୍ରମ ଏବଂ ବିଦ୍ୟାଳୟରୁ ପିଲାଙ୍କ ‘ଡ୍ରପ୍ ଆଉଟ୍’ ହାର କମାଇବା ପାଇଁ ବିଭିନ୍ନ ରଣନୀତି ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଶିକ୍ଷା ପ୍ରଦୀପ ଓ ବିଭିନ୍ନ ଶିକ୍ଷଣ ସାମଗ୍ରୀର ବ୍ୟବହାର ଉପରେ ସିଆରସିସି ଶ୍ରୀ ଦାଶ ପରାମର୍ଶ ଦେଇଥିଲେ। ସରକାରୀ ନିୟମାବଳୀର ଅନୁପାଳନ ଏବଂ ବିଦ୍ୟାଳୟର ଭିତ୍ତିଭୂମି ବିକାଶ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ବୈଠକରେ ପୀତବାସ ସାହୁ,ପ୍ରଦୀପ ପାଣିଗ୍ରାହୀ,ରଘୁମଣୀ ଭୋଇ,ତରୁଣକାନ୍ତ ନାୟକ,କୁଳମଣୀ ସାହୁ, ସମ୍ବିତ ମହାନ୍ତି, କିରଣ ବାଗ, ଶ୍ରୀକାନ୍ତ ସେଠ,ସନ୍ତୋଷ ବେହେରା,ପ୍ରକାଶ ବେହେରା, କୃଷ୍ଣଚନ୍ଦ୍ର ମାଝୀ,ଜୁଲି ମହାକୁଡ଼, ମଞ୍ଜୁ ଝାଙ୍କର, ବୈଶାଳୀ ପଣ୍ଡାଙ୍କ ସମେତ ସମସ୍ତ ଏଫଏଲଏନ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ l ଶିକ୍ଷକ ଆଶିଷ କୁମ୍ଭାର,ସୁନୀଲ ଖମାରୀ, ସତୀଶ ବେହେରା,ଶିକ୍ଷୟିତ୍ରୀ ସୀମା ମୁଗ୍ରୀ, ରେଖାରାଣୀ ସରୋନିଆ, ମୌସୁମୀ ପାତ୍ର, ଶୁଭଲକ୍ଷ୍ମୀ ପରିଡ଼ା, ନିତୁ ସିନ୍ହା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.