ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଭାରତୀୟ ରେଡକ୍ରସ ଓଡିଶା ରାଜ୍ୟ ଶାଖା ଭୁବନେଶ୍ୱର ଓ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ’ର ମିଳିତ ଆନୁକୂଲ୍ୟରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ମୁନିସିପାଲିଟି ଉଚ୍ଚ ବିଦ୍ୟାଳୟ ଠାରେ ଏକ ଦିବସୀୟ ମେକ୍ ଏ ଚେଞ୍ଜ ଇନିସିଏଟିଭ୍ ଅଧୀନରେ ଅନୁସୂଚିତ ଜାତି ଓ ଜନଜାତି ବାଳିକା ସଶକ୍ତିକରଣ ଏବଂ ଅନାଥ ଶିଶୁଙ୍କ ପାଇଁ କ୍ଷମତା ନିର୍ମାଣ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ’ଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ ଏସ: ଗିରିଧାରୀ’ଙ୍କ ଉପସ୍ଥିତି’ରେ ଓ ଜିଲ୍ଲା କ୍ରୀଡା ଶିକ୍ଷାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଜିଲ୍ଲା ରେଡକ୍ରସ ଅଧିକାରୀ ଶ୍ରୀ ସଂଜୀବ କୁମାର ଦାସ ଓ ବରିଷ୍ଠ ସମ୍ବଳ ସାଧନକର୍ମୀ ଶ୍ରୀ ସୁବାସ ଚନ୍ଦ୍ର ସାହୁ’ଙ୍କ ସଂଯୋଜନାରେ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ’ଙ୍କ ମାର୍ଗଦର୍ଶନ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଏ: ରବି କୁମାର , ମୁଖ୍ୟବକ୍ତା ରୂପେ ସ୍ଥାନୀୟ ଗାନ୍ଧୀ ମେମୋରିଆଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ପ୍ରଧାନ ଶିକ୍ଷକ ଶ୍ରୀ ଏସ: ତିରୁପତି ପ୍ରମୁଖ ଯୋଗ ଦେଇ ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ଜିଲ୍ଲା ରେଡକ୍ରସର ସକ୍ରିୟ ସମ୍ବଳ ସାଧନ କର୍ମୀ, ଶ୍ରୀ ପ୍ରହ୍ଲାଦ ଶିଅଳ , ଶ୍ରୀ ମୁକ୍ତିକାନ୍ତ ମଲ୍ଲିକ୍ , ଶ୍ରୀ ନୀତେଶ ଲେଙ୍କା ପ୍ରମୁଖ ସମ୍ବଳ ସାଧନ କର୍ମୀ ଭାବେ ଯୋଗଦାନ କରି ଶିକ୍ଷାର୍ଥୀ ମାନଙ୍କୁ ଙ୍କୁ ଶିକ୍ଷା ପ୍ରଦାନ କରିବା ସହିତ ରେଡକ୍ରସ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଅବଗତ କରାଇଥିଲେ ।
ଏହି ଶିବିର କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାର ଜାତି ଓ ଉପଜାତି ର ୧୦୦ ଜଣ ବାଳିକା ଜୁନିଅର ଯୋଗଦାନ କରି ରେଡକ୍ରସର ଇତିହାସ ଓ ବିଦ୍ୟାଳୟ ସ୍ତରରେ ରେଡକ୍ରସର ଭୁମିକା , ପ୍ରାଥମିକ ଚିକିତ୍ସା , ସଡ଼କ ସୁରକ୍ଷା , ବିଦ୍ୟାଳୟ ନିରାପତ୍ତା , ରକ୍ତଦାନ , ପ୍ରାକୃତିକ ବିପର୍ଯ୍ୟୟ ଓ ପ୍ରଶମନ , ସାପ କାମୁଡା , କୁକୁର କାମୁଡା , ସାଇବର ସୁରକ୍ଷା , ତମାଖୁ ବର୍ଜନ , ବଜ୍ରପାତ ରୁ ସୁରକ୍ଷା ଓ ଏଚ.ଆଇ:ଭି ଏଡ଼ସ ଆଦି ବିଷୟରେ ଶିକ୍ଷା ପ୍ରଦାନ କରି ସମସ୍ତଙ୍କୁ ସଚେତନ କରାଇଥିଲେ।
ଏହି ପ୍ରଶିକ୍ଷଣ ଶିବିରରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିବା ସହ ପରିଚାଳନା କମିଟିର ସମସ୍ତ ସହକର୍ମୀ ଯୋଗଦାନ କରିଥିଲେ।
ପରିଶେଷରେ ସମସ୍ତ ଙ୍କୁ ରାଜ୍ୟ ଜୁନିଅର ରେଡକ୍ରସ ତରଫରୁ ସ୍କାର୍ଫ , ଓଗଲ , ବ୍ୟାଚ୍ , ଖାତା , କଲମ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଉତ୍ସବ ରେ ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ସ୍ବାଇଁ ଙ୍କୁ ଗଜପତି ଜିଲ୍ଲା ଜୁନିଅର ରେଡକ୍ରସ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଉପସ୍ଥିତି ସମସ୍ତଙ୍କୁ ଧନ୍ୟବାଦ କରିଥିବା ବେଳେ ବିଦ୍ୟାଳୟର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।ଏଭଳି ସାମାଜିକ ଉନ୍ନତିମୂଳକ କାର୍ଯ୍ୟକୁ ବିଭିନ୍ନ ମହଲରେ ଭୁରୀ ଭୁରୀ ପ୍ରଶଂସା କରା ଯାଇଥିଲା ।





