ଧର୍ମ ପରାୟଣା ମହିଳା ଜୟନ୍ତୀ ନନ୍ଦଙ୍କ ଦେହାନ୍ତ: ଅଞ୍ଚଳରେ ଶୋକର ଛାୟା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ସର୍ଗିଗୁଡା ଗ୍ରାମର ଜୟନ୍ତୀ ନନ୍ଦ(୫୧)ଙ୍କ ଅଗ୍ନି ବିତ୍ପାତ ଜନିତ ଦୁର୍ଘଟଣାରେ ସୋମବାର ରାଉରକେଲା ଡାକ୍ତରଖାନାକୁ ନେଉଥିବା ସମୟରେ ବାଟରେ ହିଁ ମୃତ୍ୟୁ ଘଟିଛି। ଖବର ନେବାରୁ ଜଣାପଡ଼ିଛି ଯେ ରବିବାର ନର୍ଲାରୋଡ ସେବାକାରୀ କିନ୍ନର ସଂଘର ବହୁଚରା ମାତାଙ୍କ ଭସାଣୀ ଉତ୍ସବ ଚାଲିଥିଲା। ମାଆଙ୍କ ମେଢ଼ ସର୍ଗିଗୁଡା ଗାଁ ପରିକ୍ରମା କରୁଥିବା ସମୟରେ ମାଆଙ୍କୁ ସ୍ଵାଗତ କରିବା ପାଇଁ ଗ୍ରାମର ମହିଳା ମାନେ କଳସ ସ୍ଥାପନା କରି ଦୀପ ଜାଳି ମାଆଙ୍କୁ ବନ୍ଦାପନା କରିଥିଲେ। ସ୍ୱର୍ଗତ ଶ୍ରୀମତୀ ନନ୍ଦ ମଧ୍ଯ ଏଥିରେ ଅଂଶ ଗ୍ରହଣ କରିଥିଲେ। କୌଣସୀ କାରଣ ବଶତଃ ଶ୍ରୀମତୀ ନନ୍ଦ ପିନ୍ଧିଥିଲା ଶାଢ଼ୀରେ ନିଆଁ ଲାଗି ଦୁର୍ଘଟଣା ଘଟିଥିଲା। ଡିଜେ ଶବ୍ଦରେ ଶ୍ରୀମତୀ ନନ୍ଦଙ୍କ ଚିତ୍କାର କେହି ଶୁଣିପାରି ନଥିଲେ। ହୁତୁ ହୂତୁ ହୋଇ ନିଆଁ ଦେହସାରା ବ୍ୟାପୀ ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥା ରେ ପ୍ରଥମେ ନର୍ଲା ଡାକ୍ତରଖାନାକୁ ନିଆଯାଇଥିଲା। ନର୍ଲା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଭବାନୀପାଟଣା ପ୍ରେରଣ କରିଥିଲେ। ହେଲେ ତାଙ୍କ ପରିବାର ଲୋକେ ଉତ୍ତମ ଚିକିତ୍ସା ପାଇଁ ରାଉରକେଲା ଡାକ୍ତରଖାନା ନେଉଥିବା ସମୟରେ ବାଟରେ ତାଙ୍କର ମୃତ୍ତ୍ୟୁ ଘଟିଥିଲା। ସେଠାରୁ ଆମ୍ବୁଲାନ୍ସ ଯୋଗେ ସନ୍ଧ୍ୟା ୬.୩୦ ସମୟରେ ନିଜ ଗାଁ ସର୍ଗିଗୁଡାରେ ଆସି ପହଞ୍ଚିଲା ଶବ। ଗାଁ ଦାଣ୍ଡ ଜନସମୁଦ୍ର ପାଲଟିଥିଲା। କାନ୍ଦ ବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ଏକ ଶୋକାକୁଳ ପରିବେଶରେ ସମସ୍ତ ସାମାଜିକ ରିତି ନୀତିରେ ସାନ୍ଦୁଲ ନଦୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷ କୃତ୍ୟ ସଂପନ୍ନ ହୋଇଛି। ତାଙ୍କର ଏକମାତ୍ର ପୁଅ ବାଦଲ ନନ୍ଦ ମୁଖଗ୍ନୀ ଦେଇଥିଲେ। ତାଙ୍କର ବନ୍ଧୁ ପରିଜନଙ୍କ ସମେତ ସର୍ଗିଗୁଡା, ନର୍ଲାରୋଡ, ନର୍ଲା ତଥା ଆଖପାଖ ର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗଦାନ କରିଥିଲେ। ସ୍ୱର୍ଗତ ଶ୍ରୀମତୀ ନନ୍ଦ ଜଣେ ଧର୍ମ ପରାୟଣା ଉଦ୍ୟୋଗୀ ତଥା ନେତୃତ୍ୱ ନେଉଥିବା ମହିଳା ଥିଲେ। ସେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଭକ୍ତ ଥିଲେ। ତାଙ୍କର ଦେହାନ୍ତର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଜୟଗୁରୁ ପରିବାର ସମେତ ଅଞ୍ଚଳର ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ନିଧନରେ ଗଭୀର ଶୋକ ବ୍ୟକ୍ତ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.