ଅମର ବଳିଦାନୀ ଶହିଦ୍ ଭଗତ ସିଂହ, ସୁଖଦେବ ଓ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଅବସରରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ପକ୍ଷରୁ ବିଶାଳ ଶୋଭାଯାତ୍ରା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସ୍ବାଧୀନତା ସଂଗ୍ରାମରେ କୋଟି କୋଟି ସଂଗ୍ରାମୀ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢ଼ି ଲାଠିମାଡ଼ ଖାଇ ଜେଲ୍ ଯାଇଥିଲେ କିନ୍ତୁ ଦେଶର ଗାରିମାକୁ ନତମସ୍ତକ ହେବାକୁ ଦେଇନଥିଲେ । ଯେଉଁ ବୟସର ଯୁବକ ଆଜିକାଲି ପାଶ୍ଚାତ୍ୟ ସଂସ୍କୃତିରେ ମାତିଛନ୍ତି ସେହି ବୟସରେ କେତେ ଯେ ଯୁବବର୍ଗ ସେତେବେଳେ ଛାତିରେ ଗୁଳି ଖାଇଥିଲେ ଓ ହସିହସି ଫାଶୀ ଖୁଣ୍ଟରେ ଝୁଲି ଶହୀଦ ହୋଇଥିଲେ। ଯାହାଙ୍କ ପ୍ରତିଟି ରକ୍ତବିନ୍ଦୁ ମାତୃଭୂମି ପାଇଁ ସମର୍ପିତ ଥିଲା ସେହି ଅମର ବଳିଦାନୀ ଶହିଦ୍ ଭଗତ ସିଂହ, ଶହିଦ୍ ସୁଖଦେବ ଓ ଶହିଦ୍ ରାଜଗୁରୁଙ୍କ ୯୫ତମ ବଳିଦାନ ଦିବସ ଅବସରରେ କଳାହାଣ୍ଡି ଯୁବ ଓ ଛାତ୍ର ପରିଷଦ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ପ୍ରାୟ ଏକ ହଜାର ଯୁବକ ସ୍ଥାନୀୟ ଦୟାନିଧି ଛକ ଠାରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ମାଣିକେଶ୍ଵରୀ ଛକ ଗୁରୁଦ୍ୱାରା ପର୍ଯ୍ୟନ୍ତ ଯାଇଥିଲେ। ଗୁରୁଦ୍ୱାରା ଠାରେ ସମସ୍ତେ ଶହୀଦ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ତାଙ୍କ ସ୍ମୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବ ସମାଜସେବୀ ଅବିନାଶ ଠାକୁର, ଯୁବ ନେତା ମନିନ୍ଦ୍ର ମହାନ୍ତି, କାଉନସିଲର ଶିବା ସାହୁ, ମାନସ ସିନ୍ଦୁର, ସୁଖବିନ୍ଦର ସିଂ, ହରଦୀପ ସିଂହ, ନିମସ ତାଣ୍ଡି, ଗଣେଶ ବାଗ, ଭୋଳା ପାତ୍ର, ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଯବାନ ଫିଜିକାଲ ଏକାଡେମୀର ସମସ୍ତ ପ୍ରଶିକ୍ଷକ ଓ ଶତାଧିକ ଯୁବକ ମାନେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.